ହର୍ମୁଜରେ ଯେଉଁ ଦେଶର ଜାହାଜ ଅଟକିଛି, ସେମାନେ ସୈନ୍ୟ ପଠାନ୍ତୁ... ଅପିଲ୍ କଲେ ଟ୍ରମ୍ପ

NEWS7
why-pakistanis-are-drinking-bland-tea

ନୂଆଦିଲ୍ଲୀ: ବିଶ୍ବକୁ ଘାରିଛି ହର୍ମୁଜ୍ ଚିନ୍ତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟେନସନ୍ । ଏବେ ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପ ଅପିଲ୍ କରିଛନ୍ତି । ଏହା ସହ ହର୍ମୁଜ୍ ଖୁବଶୀଘ୍ର ମୁକ୍ତ ହେବ ବୋଲି ମଧ୍ୟ ଦାବି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଇରାନ୍ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଦ୍ବାରା, ପ୍ରଭାବିତ ଦେଶ ଆମେରିକା ସହ ଯୁଦ୍ଧଜାହାଜ ପଠାଇବେ ବୋଲି କହିଛନ୍ତି ଟ୍ରମ୍ପ ।

ଏକ ବିବୃତ୍ତିରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଇରାନର ୧୦୦% ସାମରିକ କ୍ଷମତା ନଷ୍ଟ କରିଦେଇଛି । ତଥାପି ଇରାନ ଡ୍ରୋନ୍, ମାଇନ୍ କିମ୍ବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାହାଯ୍ୟରେ ଜାହାଜ ଚଳାଚଳକୁ ବାଧା ଦେବାକୁ ଚେଷ୍ଟା କରିପାରେ। ସେ ଚୀନ୍, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁକେ ଭଳି ଦେଶଗୁଡ଼ିକୁ ଏହି ଅଞ୍ଚଳକୁ ସେନା ପଠାଇବାକୁ ଅପିଲ୍ କରିଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ପ୍ରଭାବିତ ଦେଶର ସୈନ୍ୟ ମୁତୟନ ହେବା ପରେ ହର୍ମୁଜ୍ ପ୍ରଣାଳୀ ଉପରେ ମୁଣ୍ଡ ହୀନ ଦେଶ (ଇରାନ୍)ର ପ୍ରଭାବ ରହିବ ନାହିଁ । ଆମେରିକା ସେନା ଇରାନରେ ଆକ୍ରମଣ ଜାରି ରଖିବ। ଯେଉଁ ଉପାୟରେ ହେଉ, ଆମେ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ଖୋଲା, ନିରାପଦ ଏବଂ ମୁକ୍ତ କରିବୁ ବୋଲି ଟ୍ରୁଥ ସୋସିଆଲରେ ପୋଷ୍ଟ କରିଛନ୍ତି ।