କେନ୍ଦ୍ର ସରକାର ଟିକସ କମାଇବା ସତ୍ତ୍ୱେ ବି ବଢ଼ିଲା ଜିଏସ୍‌ଟି କଲେକ୍ସନ: ଆମଦାନୀରୁ ୧୯% ଆୟ

NEWS7
why-pakistanis-are-drinking-bland-tea

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟିକସ କମାଇବା ସତ୍ତ୍ୱେ ବି ବଢ଼ିଲା ଜିଏସ୍ଟି କଲେକ୍ସନ। ୨୦୨୫ ଡିସେମ୍ବର ମାସରେ ଜିଏସ୍ଟି କଲେକ୍ସନ ୬.୧% ବୃଦ୍ଧି ପାଇ ୧.୭୪ ଲକ୍ଷ କୋଟି ଟଙ୍କା ପାର୍ କରିଛି। ଜାନୁଆରୀ ୧ରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୪ରେ ଏହି ସଂଖ୍ୟା ୧.୬୪ ଲକ୍ଷ କୋଟି ଟଙ୍କା ଥିଲା। ସେପ୍ଟେମ୍ବରରେ ଟିକସ ହାର ହ୍ରାସ ସତ୍ତ୍ୱେ ଜିଏସ୍ଟି ସଂଗ୍ରହ ବଢ଼ିବା ଦେଶର ଅର୍ଥନୀତି ପାଇଁ ଶୁଭ ସଂକେତ।

ଡିସେମ୍ବର ତଥ୍ୟ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ ବିଦେଶୀ ସାମଗ୍ରୀ ଆମଦାନୀରୁ ରାଜସ୍ୱ ୧୯.୭% ବୃଦ୍ଧି ପାଇଛି। ଆମଦାନୀ ଟିକସ ମୋଟ ₹୫୧,୯୭୭ କୋଟି ଆଦାୟ ହୋଇଛି। ତଥାପି, ଘରୋଇ କାରବାରରେ ଅଭିବୃଦ୍ଧି ମନ୍ଥର ହୋଇଛି। ଏହା ମାତ୍ର ୧.୨% ବୃଦ୍ଧି ପାଇ ₹୧.୨୨ ଲକ୍ଷ କୋଟି ହୋଇଛି।

ଟିକସ ରିଫଣ୍ଡ ୩୧% ବୃଦ୍ଧି ପାଇଛି,ନିଟ୍ ରାଜସ୍ୱ୧.୪୫ ଲକ୍ଷ କୋଟି

ଡିସେମ୍ବରରେ ରିଫଣ୍ଡ ୩୧% ବୃଦ୍ଧି ପାଇ ₹୨୮,୯୮୦ କୋଟିରେ ପହଞ୍ଚିଛି। ଯଦି ମୋଟ ସଂଗ୍ରହରୁ ରିଫଣ୍ଡକୁ ବାଦ ଦିଆଯାଏ, ତେବେ ସରକାରଙ୍କ ନେଟ୍ ଜିଏସ୍ଟି ରାଜସ୍ୱ ₹୧.୪୫ ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଡିସେମ୍ବର ମାସରେ ସେସ୍ କଲେକ୍ସନ ହ୍ରାସ ପାଇ ମାତ୍ର ₹୪,୨୩୮ କୋଟି ରହିଛି। ହେଲେ ବର୍ଷ ପୂର୍ବରୁ ଅର୍ଥାତ ଡିସେମ୍ବର ୨୦୨୪ରେ, ସେସ୍ ସଂଗ୍ରହ ମୋଟ ₹୧୨,୦୦୩ କୋଟି ଥିଲା।

କାରଣ, ସେପ୍ଟେମ୍ବର ୨୨, ୨୦୨୫ ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ, ସେସ୍ ବର୍ତ୍ତମାନ କେବଳ ତମାଖୁ ଏବଂ ସମ୍ପର୍କିତ ଉତ୍ପାଦ ଉପରେ ଲାଗୁ ହେଉଛି। ହେଲେ ପୂର୍ବରୁ ଏହା ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ସିନଗୁଡ୍ସ ଉପରେ ମଧ୍ୟ ଲାଗୁ କରାଯାଉଥିଲା। ଏହି କ୍ୟାଟେଗୋରୀରେ ମହଙ୍ଗା କାର ଏବଂ ମୃଦୁ ପାନୀୟ ଭଳି ଜିନିଷ ଆସୁଥିଲେ।

ଟିକସ ହ୍ରାସ ରାଜସ୍ୱ ଅଭିବୃଦ୍ଧିକୁ ମନ୍ଥର କରିଛି

ଘରୋଇ ରାଜସ୍ୱରେ ହ୍ରାସର ମୁଖ୍ୟ କାରଣ ସେପ୍ଟେମ୍ବର ମାସରେ ଅନେକ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଟିକସ ହ୍ରାସ ଯୋଗୁ ହୋଇଛି। ସେପ୍ଟେମ୍ବର ମାସରେ, ସରକାର ପ୍ରାୟ ୩୭୫ଟି ସାମଗ୍ରୀ ଉପରେ GST ହାର ହ୍ରାସ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଘରୋଇ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କରାଯାଇଥିଲା। ଟିକସ ହାର ହ୍ରାସ ଘରୋଇ ସ୍ତରରେ ରାଜସ୍ୱ ସଂଗ୍ରହର ଅଭିବୃଦ୍ଧିକୁ ପ୍ରଭାବିତ କରିଥିବା ବେଳେ, ଦୀର୍ଘକାଳୀନ ଭାବରେ ଏହାର ପରିମାଣକୁ ବୃଦ୍ଧି କରିବ ବୋଲି ସରକାର କହିଛନ୍ତି।

ଅର୍ଥନୀତିର ଅବସ୍ଥାକୁ ପ୍ରତିଫଳିତ କରେ ଜିଏସଟି

ଜିଏସଟି ସଂଗ୍ରହ ଦେଶର ଅର୍ଥନୀତିର ଅବସ୍ଥାକୁ ସୂଚିତ କରେ। ଯଦି କଲେକ୍ସନ ଅଧିକ ହୁଏ ତେବେ ଏହାର ଅର୍ଥ ଲୋକେ ପ୍ରବଳ କିଣାବିକା କରୁଛନ୍ତି। ଫ୍ୟାକ୍ଟ୍ରିରେ ଉତ୍ପାଦନ ବଢୁଛି ଓ ଲୋକେ ସଚ୍ଚୋଟତାର ସହ ଟ୍ୟାକ୍ସ ଭରୁଛନ୍ତି।

୨୦୧୭ରେ ଲାଗୁ ହୋଇଥିଲା ଜିଏସ୍ଟିସରକାର ୧ ଜୁଲାଇ, ୨୦୧୭ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରିଥିଲେ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୭ଟି ଟିକସ ଏବଂ ୧୩ଟି ଉପଟ୍ୟାକ୍ସକୁ ହଟାଇ ଦିଆଯାଇଥିଲା।