ମେ ୭ରେ କାହିଁକି ହେବ ନୂଆ ପୋପ୍ ଚୟନ ? ଜାଣନ୍ତୁ ଏହା ପଛର କାରଣ…

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ ୦୬।୦୫: ୭ ମଇ ୨୦୨୫ , ଏକ ଐତିହାସିକ ଦିନ ହେବ। ଏହି ଦିନ ଜଣେ ନୂଆ ପୋପ୍ ଚୟନ ହେବେ । ଭାଟିକାନ ସିଟିରେ ନୂଆ ପୋପ୍ ଚୟନ ପାଇଁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ୨୧ ଏପ୍ରିଲରେ ପୋପ୍ ଫ୍ରାନ୍ସିସ୍‌ଙ୍କ ମୃତ୍ୟୁ ହୋଇଥିଲା । ଏବେ ୭ ମଇରେ ହେବ ନୂଆ ପୋପ୍ ପାଇଁ ନିର୍ବାଚନ । ଏବେ ପ୍ରଶ୍ନ ଆସୁଛି ୭ ମଇକୁ କାହିଁକି ନିର୍ବାଚନ ତାରିଖ ବଛାଯାଇଛି ? 

ବାସ୍ତବରେ ୧୨୭୪ ପୂର୍ବରୁ ପୋପଙ୍କ ମୃତ୍ୟୁ ଦିନ ନୂଆ ପୋପଙ୍କ ନିର୍ବାଚନ ହେଉଥିଲା ।  କିନ୍ତୁ ଏହା ପରେ ପୋପଙ୍କ ମୃତ୍ୟୁର ୧୦ ଦିନ ପରେ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚର୍ଚ୍ଚ ନିଷ୍ପତ୍ତି ନେଇଥିଲା ଯେ ନୂଆ ପୋପ୍ ୧୦ ଦିନ ମଧ୍ୟରେ ନିର୍ବାଚିତ ହେବେ । 

କିନ୍ତୁ ପରେ ଏହି ସମୟ ୧୦ ଦିନରୁ ୧୫ ଦିନକୁ ବୃଦ୍ଧି କରାଯାଇଥିଲା। ଏହି କାରଣରୁ ପୋପଙ୍କ ମୃତ୍ୟୁର ୧୫ ଦିନ ପରେ ନିର୍ବାଚନ ତାରିଖ ସ୍ଥିର କରାଯାଇଛି । ଆଉ ଏହି ତାରିଖଟି ହେଉଛି ୭ ମଇ । ତେବେ ଏପରି କରିବା ପଛରେ ମଧ୍ୟ ଏକ କାରଣ କୁହାଯାଉଛି । ଚର୍ଚ୍ଚ କହିଛି ଯେ ନୂଆ ପୋପ୍ ନିର୍ବାଚନରେ କେବଳ କାର୍ଡିନାଲ୍ ମାନେ ଭୋଟ୍ ଦିଅନ୍ତି । 

ସାରା ବିଶ୍ୱର କାର୍ଡିନାଲମାନେ ରୋମରେ ପହଞ୍ଚିପାରିବେ  । ସେଥିପାଇଁ ସମୟସୀମା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ସାରା ବିଶ୍ୱରେ ମୋଟ ୨୫୨ ଜଣ କାର୍ଡିନାଲ୍ ଅଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ୧୩୫ ଜଣ କାର୍ଡିନାଲ୍ ପୋପ୍ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ। ସେମାନେ ପହଞ୍ଚିବା ପରେ ହିଁ ହେବ ପୋପ୍ ନିର୍ବାଚନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.