କେଉଁ ବଲ୍‌ରେ ଖେଳା ଯାଏ ଆଇପିଏଲ୍ ? ଏହାର ମୂଲ୍ୟ କେତେ ?

Published By : Prameya-News7 Bureau | March 20, 2025 IST

ନୂଆଦିଲ୍ଲୀ ୨୦/୦୩ : ଆଇପିଏଲ୍ - ଅର୍ଥାତ୍ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ । କ୍ରିକେଟର ଏହି ଲିଗ୍ ପ୍ରଶଂସକଙ୍କ ପାଇଁ ଖୁବ୍ ରୋମାଞ୍ଚକର ଏବଂ ମଜାଦାର । ବ୍ୟାଟ୍ ଓ ବଲ୍ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥାଏ ଆଇପିଏଲରେ। ବିଶ୍ଵର ସବୁଠୁ ବଡ଼ ଏହି ଟି-୨୦ ଲିଗରେ ବୋଲରଙ୍କ ଅପେକ୍ଷା ବ୍ୟାଟରଙ୍କ ଚାହିଦା ଥାଏ ଅଧିକ । ବ୍ୟାଟରମାନେ ଛକା-ଚୌକା ବର୍ଷା କରିଥାନ୍ତି । ଏବେ ପ୍ରଶ୍ନ ହେଉଛି IPLରେ କେଉଁ ପ୍ରକାରର ବଲ୍‌ର ହୋଇଥାଏ ବ୍ୟବହାର ?  ଏହାର ମୂଲ୍ୟ କେତେ ?

ଆଇପିଏଲରେ ବ୍ୟବହୃତ ବଲ୍ ସହିତ ଜଡିତ ଉଭୟ ପ୍ରଶ୍ନ ଖୁବ୍ ଆକର୍ଷଣୀୟ । ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକ ବଲ୍ ଏବଂ ଏହାର ମୂଲ୍ୟ ବିଷୟରେ ଜାଣିବାକୁ ବ୍ୟଗ୍ର ? ତେବେ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ପ୍ରଶ୍ନର ଉତ୍ତର ବିଷୟରେ କହିବୁ । ଆଇପିଏଲରେ ବ୍ୟବହୃତ ବଲ୍ କୁକାବୁରାର । ବଲର ରଙ୍ଗ ଧଳା । ଏହି ବଲ୍ କେବଳ ଆଇପିଏଲରେ ନୁହେଁ ବରଂ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ କୌଣସି ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ବ୍ୟବହୃତ ହୁଏ । ତେବେ  ଦୁନିଆର ଯେକୌଣସି ସ୍ଥାନରେ ଧଳା ବଲ୍ କ୍ରିକେଟ୍ ଖେଳାଗଲେ, ଏହି ସ୍ଥାନରେ କୁକାବୁରା ବଲ୍ ବ୍ୟବହାର କରାଯାଏ । ତେବେ ଏହି ବଲର ବିଶେଷତ୍ଵ କଣ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ କୁକାବୁରା ବଲର ଇତିହାସକୁ ଜାଣିବାକୁ ପଡିବ ।  ଏହି ବଲ୍ ରେ ଖେଳ ୧୯୭୦ ଦଶକରୁ ଆରମ୍ଭ ହୋଇଥିଲା ।  ଯେତେବେଳେ ବିଶ୍ୱ ସିରିଜ୍ କ୍ରିକେଟ୍ ଆରମ୍ଭ ହେଲା ଏବଂ ଦିବାରାତ୍ର ମ୍ୟାଚ୍ ର ଆଇଡିଆ ଆସିଲା, କୁକାବୁରା ପ୍ରଥମ ଥର ପାଇଁ ଧଳା ବଲ୍ ତିଆରି କଲା ।  

ଏବେ ପ୍ରଶ୍ନ ଉଠିୁଛି ଯେ, ଏହି ବଲ୍ ର  ବିଶେଷତ୍ୱ କ’ଣ? ଏହି ବଲ୍ ରେ ଖାସ୍ କଥା ହେଉଛି ଏହା ଲେଦର କ୍ୱାଲିଟି , ଯେଉଁଥିପାଇଁ ଏହି ବଲ୍ ବାଉଣ୍ଡରୀ ପାର୍ କରିବାରେ ହୋଇଥାଏ ସହାୟକ।  ଏହି କାରଣରୁ ଆପଣ ଆଇପିଏଲରେ ଲମ୍ବା ଛକା ଦେଖିବାକୁ ପାଉଛନ୍ତି।  ଯଦି ଆମେ ଏହି ବଲ୍ ତିଆରିକୁ ଦେଖିବା, ଏହାର ସିମ୍ ଅଧିକ ବାହାରକୁ ବାହାରିନଥାଏ।   କେବଳ ବଲ୍ ର   ସିମ୍ ଭିତରେ ଥିବା ଦୁଇଟି ସ୍ତର ହାତରେ ସିଲେଇ ହୋଇଛି । ଅବଶିଷ୍ଟ ସମସ୍ତ ସିଲେଇ ମେସିନ୍ ଦ୍ୱାରା ବଲ୍ ଉପରେ କରାଯାଇଥାଏ । 


ଆଇପିଏଲ୍ ର ପ୍ରତ୍ୟେକସିଜିନ ପରି ଏହି ସିଜନରେ ମଧ୍ୟ କୁକାବୁରା ବଲ୍  ବ୍ୟବହାର ହେବାକୁ ଯାଉଛି ।  ଏହି ବଲର ମୂଲ୍ୟ ପ୍ରାୟ ୧୮୦୦୦ ଟଙ୍କା ହେବ। ଦୀର୍ଘ ୧୩୦ ବର୍ଷ ଧରି କୁକାବୁରା ବ୍ରାଣ୍ଡ ନିଜର ଅସ୍ଥିତ୍ଵ ଜାହିର କରି ଆସିଛି।କୁକାବୁରା ବଲ୍ କୁ ଭାରତ, ଓ୍ଵେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବୋର୍ଡକୁ ବାଦ୍ ଦେଲେ ଅନ୍ୟ କ୍ରିକେଟ୍ ବୋର୍ଡ ଏହାର ବହୁଳ ବ୍ୟବହାର  କରିଥାନ୍ତି। ସବୁଠୁ ରୋଚକ କଥା ଅଷ୍ଟ୍ରେଲିଆର ଏକ ପକ୍ଷୀ  କୁକାବୁରା ନାଁ ଏହାର ନାମକରଣ ହୋଇଛି। କୁକାବୁରା କମ୍ପାନୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଜିମ୍ବାଓ୍ଵେରେ ହେବାକୁ ଥିବା ସମସ୍ତ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ କୁକାବୁରା ବଲ୍ ପ୍ରସ୍ତୁତ କରିଥାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.