କେଉଁ କାରଣରୁ ଦାନ୍ତ ହଳଦିଆ ପଡିଥାଏ ? ଏଥିରୁ କେମିତି ପାଇବେ ମୁକ୍ତି, ଜାଣନ୍ତୁ...

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ ୧୧।୦୮: ସମସ୍ତେ ଧଳା ଏବଂ ସୁନ୍ଦର ଦାନ୍ତ ଚାହିଁଥାନ୍ତି । ଯଦି ଦାନ୍ତ ସାମାନ୍ୟ ହଳଦିଆ ପଡିଯାଏ ତେବେ ଏହାକୁ ହଟାଇବା ପାଇଁ ଅନେକ ଆପଣାଇଥାନ୍ତି ଭିନ୍ନ ଭିନ୍ନ ଉପାୟ । ଅଧିକ ଚା’,କଫି କିମ୍ବା ଠିକ୍ ଭାବରେ ବ୍ରଶ୍ ନକଲେ ଦାନ୍ତରେ ହଳଦିଆ ଆସ୍ତରଣ ଜମିଯାଏ । ଯାହାଫଳରେ ଦାନ୍ତ ହଳଦିଆ ପଡ଼େ । 

ବାସ୍ତବରେ ଦାନ୍ତର ହଳଦିଆପଣ ଦୁଇଟି କାରଣରୁ ହୋଇଥାଏ । ଗୋଟିଏ ହେଉଛି ବାହ୍ୟ ଦାଗ ଏବଂ ଆଭ୍ୟନ୍ତରୀଣ ଦାଗ । ବାହ୍ୟ ଦାଗ ଦୁର୍ବଳ ଓରାଲ୍ ହାଇଜିନ୍ କାରଣରୁ ହୋଇଥାଏ । ଦ୍ୱିତୀୟଟି ଖାଦ୍ୟପେୟ କାରଣରୁ ହୋଇପାରେ । ଯେପରିକି ଅଧିକ ହଳଦୀ ଥିବା ଖାଦ୍ୟ ଖାଇବା, ଚା' କଫି ଅଧିକ ପିଇବା କିମ୍ବା ଆଇରନ୍‍ର କୌଣସି ଔଷଧ ନେବା । 

ଯଦି କେହି ତମାଖୁ ଖାଆନ୍ତି କିମ୍ବା ସ୍ମୋକିଙ୍ଗ୍ କରନ୍ତି ତେବେ ତାହାଦ୍ୱାରା ମଧ୍ୟ ଦାନ୍ତ ହଳଦିଆ ପଡ଼ିବାକୁ ଲାଗେ । ସେହିପରି କିଛି ଔଷଧ ମଧ୍ୟ ଏପରି ଅଛି ଯାହା ଦାନ୍ତକୁ ହଳଦିଆ କରିଥାଏ ।ଏହାର ଦ୍ୱିତୀୟ କାରଣ ହେଉଛି ଦାନ୍ତର ଇନାମେଲ୍ ଘୋରି ହୋଇଯିବା । ଯେପରି ଆପଣଙ୍କ ବୟସ ବଢ଼େ ଏବଂ ଦାନ୍ତର ଇନାମେଲ୍ ଘୋରି ହୁଏ, ଦାନ୍ତର ରଙ୍ଗ ବଦଳିବା ଆରମ୍ଭ ହୁଏ । 

କିଛି ଲୋକଙ୍କର ଦାନ୍ତରେ ଜେନେଟିକ୍ ହଳଦିଆପଣ ହୋଇଥାଏ । ପାଣିରେ ଫ୍ଲୋରୋସିସ୍‍ର ମାତ୍ରା ଅଧିକ ହେବାଦ୍ୱାରା ମଧ୍ୟ ଦାନ୍ତର ରଙ୍ଗ ଉପରେ ଫରକ ପଡ଼ିପାରେ । ସେହିପରି ପିଲାଦିନେ ଯଦି ଦାନ୍ତର ବିକାଶ ଠିକ୍‍ ଭାବରେ ହୋଇନଥାଏ ତେବେ ସେହି କାରଣରୁ ମଧ୍ୟ ଦାନ୍ତର ରଙ୍ଗ ହଳଦିଆ ହୋଇଥାଏ ।

ବିଶେଷଜ୍ଞ କୁହନ୍ତି କି ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ଆପଣଙ୍କୁ କୌଣସି ଡେଣ୍ଟାଲ ସ୍ପେଶାଲିଷ୍ଟଙ୍କ ସହିତ ଯୋଗାଯୋଗ କରିବା ଉଚିତ । ଏହାବ୍ୟତୀତ ଆପଣ ଘରେ ମଧ୍ୟ ବହୁତ ମାତ୍ରାରେ ଦାନ୍ତକୁ ଧଳା କରିପାରିବେ । ଏହା ପାଇଁ ବେକିଙ୍ଗ୍ ସୋଡା, ନଡ଼ିଆ ତେଲ ଏବଂ ହଳଦୀ ଏକ ଭଲ ଉପାୟ ଅଟେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.