ଶ୍ରାବଣରେ କେଶ-ଦାଢୀ କାଟିବାକୁ କାହିଁକି କରାଯାଏ ବାରଣ ? ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | July 16, 2025 IST

ନୂଆଦିଲ୍ଲୀ ୧୬।୦୭: ହିନ୍ଦୁ ଧର୍ମରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ । ଭଗବାନ ଶିବଙ୍କୁ ସମର୍ପିତ ଏହି ପବିତ୍ର ମାସରେ କେଶ ଏବଂ ଦାଢୀ କାଟିବାକୁ କରାଯାଇଥାଏ ବାରଣ । ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ଧାର୍ମିକ ମାନ୍ୟତା । ଶ୍ରାବଣ ମାସରେ ଶିବ ଭକ୍ତି ପାଇଁ ଶାରୀରିକ ଏବଂ ମାନସିକ ଶୁଦ୍ଧତା ଜରୁରୀ ହୋଇଥାଏ । 

କେଶ ଏବଂ ଦାଢି କାଟିବା ଅଶୁଦ୍ଧତାର ପ୍ରତୀକ ବିବେଚନା କରାଯାଏ । ୟାହା ଭକ୍ତିରେ ବାଧା ସାଜିଥାଏ । ମାନ୍ୟତା ରହିଛି କି ଶ୍ରାବଣରେ କେଶ ଏବଂ ଦାଢି କାଟିବା ମହାଦେବଙ୍କର ଅପମାନ ହୋଇଥାଏ । ଏଥିପାଇଁ କେଶ ଏବଂ ଦାଢୀ କାଟିବାକୁ କରାଯାଇଥାଏ ବାରଣ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶ୍ରାବଣରେ ଶାରିରୀକ ପରିବର୍ତ୍ତନ ପରି କେଶ ଏବଂ ଦାଢୀ ଏବଂ ନଖ କାଟିବାକୁ କରାଯାଏ ବାରଣ ।

କାରଣ ଏହା ତପ ଏବଂ ସଂଯମର ସମୟ ହୋଇଥାଏ । ମହାଦେବ ତପସ୍ବୀ ଏବଂ ସନ୍ୟାସୀ ରୂପେ ପରିଚିତ । ଶ୍ରାବଣରେ ତାଙ୍କ ଭକ୍ତ ସାଧାରଣ ଏବଂ ସଂଯମ ଆପଣାଇଥାନ୍ତି । ଏଥିପାଇଁ କେଶ ଏବଂ ଦାଢୀ କାଟିବା ଠାରୁ ଦୂରେଇ ରହିବା ଉଚିତ୍ । ଏପରି କରିବା ସ୍ବାସ୍ଥ୍ୟା ପାଇଁ ମଧ୍ୟ ଲାଭଦାୟକ । ବାସ୍ତବରେ ଶ୍ରାବଣରେ ଚର୍ମ ଏବଂ କେଶରେ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । 

ତେଣୁ କେଶ ଏବଂ ଦାଢୀ ନକାଟିବା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଶ୍ରାବଣରେ ନିରାମିଷ ଭୋଜନ କରନ୍ତୁ । ମଦ-ମାଂସଠାରୁ ଦୂରେଇ ରୁହନ୍ତୁ । ପୂଜାରେ ବେଲପତ୍ର, ଜଳ ଏବଂ କ୍ଷୀର ଚଢାନ୍ତୁ । ଏହା ଭକ୍ତି ଏବଂ ସଂଯମକୁ ବଢାଇଥାଏ । କେଶ ଏବଂ ଦାଢୀ ନକାଟିବା ଦ୍ବାରା ସଂଯମ ଏବଂ ତପର ଭାବନା ବଢିଥାଏ । ଯେଉଁଥିରେ କୃପା, ମାନସିକ ଶାନ୍ତି ଏବଂ ଆଧ୍ୟାତ୍ମିକତାରେ ଉନ୍ନତି ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.