ବିରାଟଙ୍କୁ ଟାର୍ଗେଟ୍ କଲେ ମାଞ୍ଜରେକର, କହିଲେ -'ଟେଷ୍ଟରୁ ଅବସର ନେଇ ସବୁଠୁ ସହଜ ଫର୍ମାଟ୍ ଖେଳୁଛନ୍ତି'

NEWS7
what-is-the-meaning-of-the-word-lohri

ନୂଆଦିଲ୍ଲୀ, ୦୬/୦୧ :ବିରାଟ କୋହଲିଙ୍କୁ ଟାର୍ଗେଟ୍ । ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକରଙ୍କ ଟାର୍ଗେଟରେ ରନ୍ ମେସିନ୍ । ବିରାଟ ଟେଷ୍ଟ୍ ଛାଡି ଦିନିକିଆ ଉପରେ ବେଶି ଫୋକସ କରୁଥିବାରୁ ସମାଲୋଚନା କରିଛନ୍ତି ସଞ୍ଜୟ ।

ରିପୋର୍ଟ ଅନୁସାରେ, ଟେଷ୍ଟ୍ ଫର୍ମାଟରୁ ବିରାଟ ଅବସର ନେଇ ସାରିଛନ୍ତି । ସେ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି । ଦିନିକିଆରେ ସେ ଦମଦାର ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଶତକ ପରେ ଶତକ ଲଗାଇଥିଲେ । ବିଜୟ ହଜରେ ଟ୍ରଫିରେ ମଧ୍ୟ ବିସ୍ଫୋରକ ସେଞ୍ଚୁରୀ ମାରିଥିଲେ ।

ରୁଟଙ୍କ ଶତକ ପରେ ବିରାଟଙ୍କୁ ଟାର୍ଗେଟ୍

ଅଷ୍ଟ୍ରେଲିଆ ବିପକ୍ଷ ଆସେସ ସିରିଜର ଶେଷ ମୁକାବିଲାରେ ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ ଶତକ ମାରିଥିଲେ । ଏହାପରେ ସଞ୍ଜୟ କହିଛନ୍ତି ଯେ, ରୁଟଙ୍କ ସମେତ କେନ୍ ଓ୍ୱିଲମସନ, ବିରାଟ କୋହଲି ଏବଂ ଷ୍ଟିଭ୍ ସ୍ମିଥ୍ କ୍ୟାରିଅର ଆରମ୍ଭ କରିଥିଲେ । ସେମାନଙ୍କୁ ଫ୍ୟାବ୍ ୪ କୁହାଯାଏ । ଏମାନେ ମଧ୍ୟ ଟେଷ୍ଟ୍ ଖେଳୁଛନ୍ତି । କେବଳ ବିରାଟ ଅବସର ନେଇ ସାରିଛନ୍ତି । ନିଜ ତ୍ରୁଟି ସୁଧାରିବା ବଦଳରେ ବିରାଟ ଟେଷ୍ଟ୍ ଛାଡିଦେଲେ । କେବଳ କ୍ରିକେଟର ସବୁଠୁ ସହଜ ଦିନିକିଆ ଫର୍ମାଟରେ ସେ ନଜର ଆସୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗତ ୫ ବର୍ଷ ଧରି ବିରାଟ ଟେଷ୍ଟରେ ସଙ୍ଘର୍ଷ କରୁଥିଲେ । ଅବସର ନେବା ପୂର୍ବରୁ ସେ ନିଜ ତ୍ରୁଟି ସୁଧାରିବା କଥା ଭାବିଲେ ନାହିଁ । ଏହି ସମୟରେ ତାଙ୍କର ଆଭରେଜ ୩୧କୁ ଖସି ଆସିଥିଲା । ବିରାଟ ଟେଷ୍ଟ୍ ଖେଳୁ ନଥିବାରୁ ଖରାପ ଲାଗୁଛି । କିନ୍ତୁ ତାଙ୍କ ସମୟର ଖେଳାଳି ଆଜି ବି ମୁକାବିଲାରେ ଶତକ ଲଗାଉଛନ୍ତି ।

ସଞ୍ଜୟ ଆହୁରି କହିଛନ୍ତି ଯେ, କୋହଲିଙ୍କ ସହ ତାଙ୍କର କୌଣସି ସମସ୍ୟା ନାହିଁ । ଯଦି କୋହଲି ସବୁ ଫର୍ମାଟରୁ ଅବସର ନେବେ ତାହା ମଧ୍ୟ ଚଳିବ । କିନ୍ତୁ ସେ ସହଜ ଫର୍ମାଟରେ ଖେଳିବା ପାଇଁ ବାଛିଲେ । ଯାହା ତାଙ୍କୁ ନିରାଶ କରିଥିବା ସଞ୍ଜୟ କହିଛନ୍ତି । ଟେଷ୍ଟ୍ ଫର୍ମାଟ ପ୍ରକୃତରେ ଖେଳାଳିଙ୍କ କ୍ଷମତା ଏବଂ ଫର୍ମକୁ ପରଖିଥାଏ । ଜଣେ ଫିଟ୍ ନା ନାହିଁ ତାହା ଟେଷ୍ଟ ଖେଳିଲେ ଜଣାପଡେ । ଏବେବି ବିରାଟ ଫିଟ୍ ଅଛନ୍ତି । ସେ ଟେଷ୍ଟରେ ନିଜର ଭୁଲ ସୁଧାରି ପୁଣି ବଡ ପାଳି ଖେଳିପାରିଥାନ୍ତେ । କିନ୍ତୁ ବିରାଟ ସେକଥା ଭାବିଲେ ନାହିଁ ବୋଲି ଭାରତୀୟ ଦଳର ପୂର୍ବତନ କ୍ରିକେଚର ମାଞ୍ଜରେକର କହିଛନ୍ତି ।