ନୂଆଦିଲ୍ଲୀ ୦୭।୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଏବେ ଲାଗୁ କରିବେ ମୋଟ ୫୦% ଶୁଳ୍କ । ଯେଉଁଥିରେ ରୁଷରୁ ତେଲ କିଣିବା ଯୋଗୁଁ ଅତିରିକ୍ତ ୨୫% ଶୁଳ୍କ ଯୋଡା ଯାଇଛି । ଏବେ ପ୍ରଶ୍ନ ଆସୁଛି ଭାରତରୁ କେଉଁ ଜିନିଷ କିଣୁଛି ଆମେରିକା ?
୨୦୨୪ରେ ଆମେରିକାକୁ ଭାରତର ରପ୍ତାନି ୭୭.୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । IBEF ଅନୁଯାୟୀ ଆର୍ଥିକ ବର୍ଷ ୨୦୨୪ରେ ଭାରତରୁ ଆମେରିକାକୁ ରପ୍ତାନି ହୋଇଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ରତ୍ନ ଏବଂ ଅଳଙ୍କାର ସାମିଲ ରହିଛି ।
୨୦୨୪ରେ ଆମେରିକା ଭାରତରୁ ୧୭.୬ ବିଲିୟନ ଆମେରିକୀୟ ଡଲାରର ଇଲେକ୍ଟ୍ରୋନିକ୍ ସାମଗ୍ରୀ, ୯.୯୦ ବିଲିୟନ ଆମେରିକୀୟ ଡଲାରର ରତ୍ନ ଅଳଙ୍କାର କିଣିଛି । ଏହାବ୍ୟତୀତ ଭାରତ ଆମେରିକାକୁ ୮.୭୨ ବିଲିୟନ ଆମେରିକୀୟ ଡଲାରର ଔଷଧ ଉତ୍ପାଦନ ସାମଗ୍ରୀ ଏବଂ ୫.୮୩ ବିଲିୟନ ଆମେରିକୀୟ ଡଲାରର ଜୈବିକ ପେଟ୍ରୋଲିୟମ ଉତ୍ପାଦ ବିକ୍ରି କରିଛି।
ଏହାବ୍ୟତୀତ ଆରଏମଜି କପା ସମେତ ଆନୁଷଙ୍ଗିକ ସାମଗ୍ରୀ ୪.୭୧ ବିଲିୟନ ଆମେରିକୀୟ ଡଲାର ରପ୍ତାନି କରାଯାଇଛି । ଏପ୍ରିଲ-ନଭେମ୍ବର ୨୦୨୪ରେ ଆମେରିକାକୁ ଭାରତର ରପ୍ତାନି ୫୨.୯୫ ବିଲିୟନ ଆମେରିକୀୟ ଡଲାର ଥିଲା। ଭାରତ ଏବଂ ଆମେରିକା ମଧ୍ୟରେ ଆମଦାନୀ ଏବଂ ରପ୍ତାନି ୨୦୦୦ ମସିହାରେ ପ୍ରାୟ ୨୦ ବିଲିୟନ ଆମେରିକୀୟ ଡଲାର ଥିଲା । ଯାହା ୨୦୨୪ରେ ୧୧୮ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି।
ଏହି ତଥ୍ୟ IBEF (ଇଣ୍ଡିଆ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନ)ର ୱେବସାଇଟ୍ରୁ ନିଆଯାଇଛି । ଏହା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ବିଶେଷକରି ଭାରତ ସରକାରଙ୍କ ବାଣିଜ୍ୟ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଏକ ବୈଧାନିକ (ଅର୍ଦ୍ଧ-ସରକାରୀ) ଟ୍ରଷ୍ଟ।