୩୪ ବର୍ଷରେ ଦୁନିଆରୁ ବିଦାୟ ନେଲେ ଅଭିନେତା ସନ୍ତୋଷ ବଳରାଜ, ଜଣ୍ଡିସ୍ରେ ଗଲା ଜୀବନ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୦୭।୦୮; କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଦୁଃଖଦ ଖବର । ମାତ୍ର ୩୪ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଲେ ପ୍ରସିଦ୍ଧ ଅଭିନେତା ସନ୍ତୋଷ ବଳରାଜ । ଅଭିନେତାଙ୍କର ମଙ୍ଗଳବାର ସକାଳେ ୩୪ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ବାଙ୍ଗାଲୋରର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । 

ସନ୍ତୋଷ ବଳରାଜଙ୍କର କିଡନି ଏବଂ ଯକୃତ ସମସ୍ୟା ଥିଲା ଯେଉଁଥିପାଇଁ ତାଙ୍କୁ ଜଣ୍ଡିସ୍ ହୋଇଥିଲା । ଅଭିନେତାଙ୍କୁ ଗତ ମାସରେ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ ଏବଂ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା । ତାଙ୍କୁ ଜଣ୍ଡିସର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ ସେ କୋମାକୁ ଚାଲିଯାଇଥିଲେ । ଆଇସିୟୁରେ ଚିକିତ୍ସା ସମୟରେ ତାଙ୍କ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ।

ସନ୍ତୋଷ ବଳରାଜ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତା ଥିଲେ । ସେ କନ୍ନଡ ଫିଲ୍ମ ପ୍ରଯୋଜକ ଅନେକଲ ବଳରାଜଙ୍କ ପୁଅ ଥିଲେ । ସନ୍ତୋଷ 'କାରିଆ ୨', 'କେମ୍ପା', 'ଗନପା', 'ବେ‌ରକେଲେ' ଏବଂ 'ସତ୍ୟ' ଭଳି ଫିଲ୍ମରେ କାମ କରିଥିଲେ । ତାଙ୍କୁ 'ଗନପା ଫିଲ୍ମ ପରେ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଥିଲା । କୁହାଯାଏ ଯେ ତାଙ୍କ ପିତାଙ୍କ ପାଇଁ ସେ ସହଜରେ ସିନେମାରେ ପ୍ରବେଶ କରିପାରିଥିଲେ । ତାଙ୍କ ବାପା ତାଙ୍କୁ ୨୦୦୯ ମସିହାରେ ଫିଲ୍ମ "କେମ୍ପା" ମାଧ୍ୟମରେ ଲଞ୍ଚ୍ କରିଥିଲେ । ଏହି କନ୍ନଡ ଆକ୍ସନ ଡ୍ରାମା ତାଙ୍କର ପ୍ରଥମ ଫିଲ୍ମ ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.