ପ୍ରେମରେ ପଡିଛନ୍ତି କି ଧନୁଷ-ମୃଣାଳ ? ବାରମ୍ଵାର ଏକାଠି ସ୍ପଟ୍‌ ହେବା ପରେ ଚର୍ଚ୍ଚା...

Published By : Prameya-News7 Bureau | August 07, 2025 IST

ମୁମ୍ଵାଇ ୦୭।୦୮; ଚର୍ଚ୍ଚାରେ ଧନୁଷ ଓ ମୃଣାଲ ଠାକୁର । ସେମାନେ ଡେଟିଂ ଖବରକୁ ନେଇ ଖୁବ୍‌ ଚର୍ଚ୍ଚା । ସୋସିଆଲ ମିଡିଆରେ କିଛି ଏଭଳି ମାହୋଲ ରହିଛି । ନିକଟରେ ଏକ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି କାରଣରୁ ସେମାନଙ୍କ ଡେଟିଂ ଗୁଜବ ଜୋର ଧରିଛି। ଏହି ଗୁଜବ ୧ ଅଗଷ୍ଟରେ ଆରମ୍ଭ ହୋଇଥିଲା । ଯେତେବେଳେ ଧନୁଷ ମୃଣାଲଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। 

ଏହି ଭିଡିଓରେ ଧନୁଷ ମୃଣାଲଙ୍କ ହାତ ଧରି କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି।ଏହି ଭିଡିଓ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି। ସେଥିରେ ଉଭୟେ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି। ମୃଣାଲଙ୍କୁ ଧନୁଷଙ୍କ କାନରେ କିଛି କହୁଥିବାର ଦେଖିବାକୁ ମିଳିଛି। ଯାହା ପ୍ରଶଂସକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି। ଭିଡିଓରେ କ୍ୟାପସନ ଥିଲା, “ଧନୁଷ ଓ ମୃଣାଲ ଠାକୁର ଡେଟ କରୁଛନ୍ତି?। ଏହା ଉପରେ ପ୍ରଶଂସକମାନଙ୍କ ଅନେକ ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି “ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ କିଛି ଇଙ୍ଗିତ ନିଶ୍ଚିତ ମିଳିଛି। ” ଅନ୍ୟ ଜଣେ କହିଛନ୍ତି, “ମୋର ମନେ ହେଉଛି ସେମାନେ କେବଳ ବନ୍ଧୁ।” କିଛି ଲୋକ କହିଛନ୍ତି ଯେ ସେମାନେ ଏହା ବିଶ୍ୱାସ କରୁନାହାନ୍ତି।

କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେ ମୃଣାଲ ଓ ଧନୁଷଙ୍କୁ ଏକାଠି ଦେଖାଯାଇଛି। ୩ ଜୁଲାଇରେ ଅଭିନେତ୍ରୀଙ୍କୁ ଧନୁଷଙ୍କ ଆଗାମୀ ଚଳଚ୍ଚିତ୍ର “ତେରେ ଇଶ୍କ ମେଁ” ପାଇଁ ରାଇଟର-ପ୍ରଡ୍ୟୁସର କନିକା ଢିଲ୍ଲନଙ୍କ ଏକ ପାର୍ଟିରେ ଦେଖାଯାଇଥିଲା। କନିକାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକରେ, ମୃଣାଲ ଓ ଧନୁଷ ଏକାଠି ପୋଜ ଦେଉଥିବାର ନଜର ଆସିଥିଲେ । ଡେଟିଂ ଗୁଜବ ଉପରେ ଧନୁଷ କିମ୍ବା ମୃଣାଲ କୌଣସି ମନ୍ତବ୍ୟ ଦେଇନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.