LIVE TV

ରାହୁଲ ଗାନ୍ଧିଙ୍କ ଧର୍ମକୁ ନେଇ ଏ କ’ଣ କହୁଛନ୍ତି କମେଡିଆନ ସାଇରସ୍ ବ୍ରୋଚା?

NEWS7
gfx

ମୁମ୍ବାଇ ୨୨।୯: ପ୍ରସିଦ୍ଧ କମେଡିୟାନ ସାଇରସ ବ୍ରୋଚା ପରିହାସରେ ରାହୁଲ ଗାନ୍ଧିଙ୍କ ଧର୍ମକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏଏନଆଇ ସହିତ କଥୋପକଥନରେ ସାଇରସ ପାରସୀ ପରିବାର ଓ ସେମାନଙ୍କ ନିୟମ ସମ୍ପର୍କରେ କହିଛନ୍ତି। ରାହୁଲ ଗାନ୍ଧିଙ୍କ ଧର୍ମକୁ ନେଇ ସେ କହିଛନ୍ତି ଯେ ରାଜୀବ ଗାନ୍ଧିଙ୍କ ପିତା ଫିରୋଜ ଗାନ୍ଧି ପାରସୀ ଥିଲେ। ଏଣୁ ରାହୁଲ ଗାନ୍ଧିଙ୍କ ପାର୍ସି ଧାର୍ମିକ ଦୀକ୍ଷା ସଂସ୍କାର ହେବା କଥା। ସେ ମଜାଳିଆ ଢଙ୍ଗରେ କହିଛନ୍ତି ରାହୁଲ ଏବେବି ସମୟ ଅଛି କହିବେ ଯଦି ମୁଁ ଜଣେ ‘ଦାତୁରଜୀ’ଙ୍କୁ ଜାଣିଛି। ସେ ତୁମର ଦୀକ୍ଷା ସଂସ୍କାର କରାଇ ପାରିବେ।

ମୁମ୍ବାଇର ପାର୍ସିମାନଙ୍କ ସମ୍ପର୍କରେ ସାଇରସ ବ୍ରୋଚା ହାଲୁକା ଅନ୍ଦାଜରେ କହିଛନ୍ତି ଯେ ଲୋକେ ଧର୍ମ ପରିବର୍ତ୍ତନକୁ ନେଇ ବିବ୍ରତ ହେଉଛନ୍ତି। ହେଲେ ପାର୍ସି ଏକ ମହାନ ଧର୍ମ, ଯାହା କହେ ଆମ ପାଖକୁ ଆସନି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରାହୁଲ ଗାନ୍ଧି କେବେ ନିଜକୁ ପାର୍ସି ବୋଲି ଦାବି କରି ନାହାନ୍ତି। ଏହି ସାକ୍ଷାତକାରରେ ସାଇରସ ଫିଟନେସ୍, ଭାରତୀୟଙ୍କ ଖାଦ୍ୟ ପାନୀୟ ଅଭ୍ୟାସ ସମେତ ଅନେକ ପ୍ରସଙ୍ଗରେ କହିଛନ୍ତି। ହେଲେ ସେ ରାହୁଲ ଗାନ୍ଧିଙ୍କ ପାରସି କନେକ୍ସନକୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାର ଏବେ ଖୁବ୍ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧିଙ୍କ ଧର୍ମକୁ ନେଇ ପ୍ରାୟତଃ ବିଜେପି ନେତାମାନେ ଟିପ୍ପଣୀ କରନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଜାତୀୟ ଜନଗଣନା ଦାବିରେ ପ୍ରଶ୍ନ କରିଥିଲେ ଯେ ରାହୁଲ ଗାନ୍ଧି ତାଙ୍କ ଜାତି ଓ ଧର୍ମ ନେଇ କଣ କହିବେ? ସେହିପରି ୨୦୨୪ରେ ସଂସଦ ବିତର୍କ କାଳରେ ବିଜେପି ନେତା ଅନୁରାଗ ଠାକୁର ରାହୁଲ ଗାନ୍ଧିଙ୍କ ଜାତିକୁ ନେଇ ପ୍ରଶ୍ନ କରିଥିଲେ। ସେ କହିଥିଲେ ଲୋକେ ଏହା ଜାଣିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧିଙ୍କ ଜାତି କଣ?

ସେହିପରି ୨୦୧୪ ମସିହାରେ ଯେତେବେଳେ ରାହୁଲ ଗାନ୍ଧିଙ୍କ ଜାତି ଓ ଧର୍ମକୁ ନେଇ ବିବାଦ ହୋଇଥିଲା ସେତେବେଳେ ନିଜେ ରାହୁଲ ନିଜକୁ କୌଲ ବ୍ରାହ୍ମଣ ବୋଲି କହିଥିଲେ। ଏଥିରେ ସେ ତାଙ୍କର ଗୋତ୍ର ଦତ୍ତାତ୍ରୟ ବୋଲି କହିଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ତାଙ୍କୁ ଉପବିତଧାରୀ ହିନ୍ଦୁ କହିଥିଲା।  ସେହିପରି ୨୦୨୧ ଜୟପୁର ରାଲିରେ କଂଗ୍ରେସ ନେତା କହିଥିଲେ ଯେ ସେ ହିନ୍ଦୁ ଅଟନ୍ତି, ହେଲେ ହିନ୍ଦୁତ୍ୱବାଦୀ ନୁହନ୍ତି।