ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା, ବନବିଭାଗର ଚଢାଉରେ ବିପୁଳ ସାମଗ୍ରୀ ଜବତ

NEWS7
wef-meeting-next-week-in-davos-switzerland

କରଞ୍ଜିଆ ୧୧।୧୨ : ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ଦୁଇ ଦିନ ପୂର୍ବରୁ ୨ ଶିକାରୀ ଧରାପଡ଼ିଥିବା ବେଳେ ଏବେ ପୁଣି ୫ ଜଣ ଶିକାରୀଙ୍କୁ ଧରାଇଦେଲା AI ଦ୍ୱାରା ବ୍ୟବହୃତ ଇନ୍ଫ୍ରାରେଡ ଟ୍ରାପ କ୍ୟାମେରା। ଗତ ୯ ତାରିଖରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଜେନାବିଲ ରେଞ୍ଜ ଅଞ୍ଚଳକୁ ଶିକାର ପାଇଁ ଯାଇଥିବା ବେଳେ ୫ ଶିକାରୀଙ୍କ ଫଟୋ କ୍ୟାମେରାରେ କଏଦ୍ ହୋଇଥିଲା। ଶିକାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ , ୭ ଟି ତୀର, ବନ୍ଧୁକ ନଳୀ, ଟର୍ଚ୍ଚ, ଶୁଖିଲା ଜଙ୍ଗଲୀ ବାରହା ମାଂସ ଜବତ କରିଛି। ଗିରଫ ୫ ଜଣ ଶିକାରୀ ହେଲେ ଖୁଣ୍ଟା ଥାନା ଜଡିଦର ଗାଁର ବୀରସିଂ ହୋ, ଚରଣ ହୋ, ଛଲେ ହୋ, ସାଗର ହୋ ଏବଂ ଶୁକ୍ରା ହୋ।