ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକକୁ ଲଗାଇ ସ୍ବାମୀକୁ ଛୁରାମାଡ଼

NEWS7
wednesday-horoscope-know-how-your-day-spend-18

ଭୁବନେଶ୍ବର: ପ୍ରେମିକକୁ ଲଗାଇ ସ୍ବାମୀକୁ ଛୁରାମାଡ଼। ଲହୁଲୁହାଣ ହେଲେ ସ୍ବାମୀ। ଘଟଣା ଘଟିଛି ଧଉଳି ଥାନା ଅଞ୍ଚଳରେ। ଗୁରୁତର ଆହତ ଶେଖ ହମିଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, କଟକର ଶେଖ ହମିଦଙ୍କର ତାଙ୍କ ପତ୍ନୀଙ୍କ ସହ ୩ ବର୍ଷ ତଳେ ମନୋମାଳିନ୍ୟ ହୋଇଥିଲା। ଏହା ପରେ ଉଭୟ ପରସ୍ପର ଠାରୁ ଅଲଗା ରହୁଥିଲେ। ଶେଖ ହମିଦ କଟକରେ ରହୁଥିବା ବେଳେ ପତ୍ନୀ ଧଉଳି ଅଞ୍ଚଳରେ ରହୁଛନ୍ତି ।

ତେବେ ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ, ହମିଦଙ୍କ ପତ୍ନୀ ଏଥିପାଇଁ ପ୍ରେମିକ ରାଜା ଖାନ ସହ ମିଶ କରିଥିଲେ ହମିଦଙ୍କ ହତ୍ୟା ଯୋଜନା। ଆଉ ଯୋଜନା ମୁତାବକ ହମିଦଙ୍କୁ ସମାଧାନ ପାଇଁ ଧଉଳି ନିକଟକୁ ଡାକିଥିଲେ। ତେବେ ଶେଖ ହମିଦ୍ ଧଉଳି ନିକଟରେ ପହଁଞ୍ଚିବା ପରେ କାର ଭିତରେ ଛୁରାମାଡ଼ କରିଥିଲା ରାଜା ଖାନ୍ ।ଏଥିରେ ଗୁରୁତର ଆହତ ହୋଇପଡ଼ିଥିଲେ ହମିଦ।ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାରେ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।