LIVE TV

ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ତଳୁ ମାରଣାସ୍ତ୍ର ଓ ବୋମା ଜବତ ଘଟଣା, ଜଣକୁ ଗିରଫ କଲା ପୋଲିସ

NEWS7

ବ୍ରହ୍ମପୁର: ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ତଳ ଜେଲ ସମ୍ମୁଖରୁ ବୋମା ଏବଂ ଖଣ୍ଡା ଜବତ ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରୀକାନ୍ତ ପଣ୍ଡା ଗିରଫ। ଜେଲରୁ ବାହାରି ଅପରାଧ କରିବାକୁ ଯୋଜନା କରିଥିବା ଜଣେ ଅପରାଧୀ ପାଇଁ ଏସବୁ ସେଠାରେ ରଖିଥିଲା ଶ୍ରୀକାନ୍ତ।

ସୂଚନା ଅନୁଯାୟୀ, ଗତ ମେ ମାସ ୧୭ ତାରିଖ ରାତିରେ ଜେଲ ସମ୍ମୁଖରୁ ୪ଟି ବୋମା ଓ ୫ଟି ଖଣ୍ଡା ଜବତ କରିଥିଲା ପୋଲିସ। ଏସବୁକୁ ଶ୍ରୀକାନ୍ତ ପଣ୍ଡା ସେଠାରେ ରଖିଥିଲା। ଆଉ ଏହା ପଛର କାରଣ ଥିଲା, ଜେଲରୁ ବାହାରି ହତ୍ୟା ଯୋଜନା କରିଥିବା ଜଣେ ଅପରାଧୀକୁ ସହଯୋଗ କରିବା ପାଇଁ। 

ତେବେ ଅଭିଯୁକ୍ତ ଜେଲ୍‌ରୁ ବାହାରି ସର୍କଲ ଜେଲ ନିକଟରେ ଅପେକ୍ଷା କରିଥିଲେ। ହେଲେ ପୋଲିସ ଥିବାରୁ ପ୍ରଶାନ୍ତ ବାହାରକୁ ଆସିନଥିଲା। ଆଉ କମାପାଲି ଓଭରବ୍ରିଜ୍ ତଳେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ। ହେଲେ ପୋଲିସ ଚିହ୍ନଟ କରିଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଟିମ ଦ୍ୱରା ବୋମା ଗୁଡିକୁ ନିଷ୍କ୍ରିୟ କରାଯାଇଥିଲା। ଗିରଫ ଶ୍ରୀକାନ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି।