‘ଆର୍ମି ଅପରେସନ୍ କଲେ ୧୮୨ ବନ୍ଦୀଙ୍କୁ ମାରି ଦେବୁ’, ଟ୍ରେନ୍ ହାଇଜାକ୍ ପରେ ଶହବାଦ ସରକାରଙ୍କୁ BLA ଚେତାବନୀ

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନରେ ବଲୁଚ୍ ଲିବରେସନ ଆର୍ମି ଏକ ଟ୍ରେନକୁ ହାଇଜାକ୍ କରିଛି । ବିଏଲଏ ୧୮୨ ଯାତ୍ରୀଙ୍କୁ ପଣବନ୍ଦୀ କରିଥିବା ବେଳେ ଏବେ ସୁଦ୍ଧା ୨୦ ଜଣ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଏହାସହ ଏକ ଡ୍ରୋନ୍‌କୁ ବି ମାରି ନଷ୍ଟ କରାଯାଇଛି । ଟ୍ରେନ୍ ହାଇଜାକ୍ କରିବା ପରେ ବିଏଲଏ ଜାରି କରିଥିବା ଏକ ବୟାନରେ ଶହବାଜ ସରକାରକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ପାକିସ୍ତାନ ଆର୍ମି ତାଙ୍କ ବିରୋଧରେ କୌଣସି ଆକ୍ସନ ନିଏ ତେବେ ସମସ୍ତ ପଣବନ୍ଦୀଙ୍କୁ ମାରି ଦେବ । ଅନ୍ୟପଟେ ପାକିସ୍ତାନ ସେନା ପକ୍ଷରୁ ବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ବଲୁଚ୍ ଲିବରେସନ ଆର୍ମିର ମୁଖପାତ୍ର ଜେୟନ୍ଦ ବଲୁଚ୍ କହିଛନ୍ତି, ବଲୁଚ୍ ଲିବରେସନ ଆର୍ମି ମସକଫ୍ ଧାଦର, ବୋଲନରେ ଏକ ସୁନିୟୋଜିତ ଅପରେସନ କରିଛି । ଆମର ସ୍ୱାଧୀନତା ସଂଗ୍ରାମୀ ରେଲୱେ ଟ୍ରାକ୍‌କୁ ଉଡାଇ ଦେଇଛନ୍ତି, ଫଳରେ ଜାଫର୍ ଏକ୍ସପ୍ରେସ୍ ସେଠାରେ ଅଟକିବାକୁ ବାଧ୍ୟ ହୋଇଥିଲା । ସୈନିକମାନେ ତୁରନ୍ତ ଟ୍ରେନ୍ ଉପରେ କବଜା କରିଥିଲେ ଓ ସବୁ ଯାତ୍ରୀଙ୍କୁ ବନ୍ଦୀ କରିଛନ୍ତି । 

ବିଏଲଏ ଦାବି କରିଛି ଯେ ଛଅ ସୈନ୍ୟ କର୍ମୀ ନିହତ ହୋଇସାରିଛନ୍ତି ଓ ଶତାଧିକ ଯାତ୍ରୀ ଏବେ ବି ବିଏଲଏ କବଜାରେ ଅଛନ୍ତି । ବଲୁଚ୍ ଲିବରେସନ୍ ଆର୍ମି ଏହି ଅପରେସନ୍ ପାଇଁ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଛି  । 

ବିଏଲଏ କହିଛି ଯେ ଏହି ଅପରେସନକୁ ମଜିଦ ବ୍ରିଗେଡ୍, ଏସଟିଓଏସ୍ ଓ ବିଏଲର ସ୍ପେଶାଲ ୟୁନିଟ୍ ଫତେହ ସ୍କ୍ୱାଡ୍ ମିଳିତ ଭାବେ କରିଥିଲେ । ଯେକୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନର ଜବାବ ଜୋରଦାର ରୂପେ ଦିଆଯିବ । ଏହା ବ୍ୟତୀତ ବିଏଲଏ ଚୂଡ଼ାନ୍ତ ଚେତାବନୀ ଜାରି କହିଛି ଯେ ଯଦି ଏୟାର ଷ୍ଟ୍ରାଇକ୍ ତୁରନ୍ତ ବନ୍ଦ ନକରାଯାଏ ତେବେ ଆଗାମୀ ଏକ ଘଣ୍ଟା ମଧ୍ୟରେ ସମସ୍ତ ବନ୍ଦୀଙ୍କୁ ମାରି ଦିଆଯିବ । ପିଏଲଏ ଦାବି କରିଛି ଯେ ପାକିସ୍ତାନୀ ସେନା, ପୋଲିସ, ଆଇଏସଆଇ ଓ ଏଟିଏଫର ସମସ୍ତ କର୍ମଚାରୀ ଯେଉଁମାନେ ପଞ୍ଜାବରେ ଛୁଟିରେ ଅଛନ୍ତି, ସେମାନଙ୍କୁ ବନ୍ଦୀ କରାଯାଇଛି । ମହିଳା, ପିଲା ଓ ବଲୁଚ୍ ଯାତ୍ରୀଙ୍କୁ ମୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.