ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଟ୍ରମ୍ପଙ୍କ ଦାବିକୁ ବିଦେଶ ମନ୍ତ୍ରୀ ପୁଣି ଥରେ ଖଣ୍ଡନ କରିଛନ୍ତି । ଟ୍ରମ୍ପ କହିଥିଲେ ଯେ ଭାରତ ଓ ପାକିସ୍ତାନ ବାଣିଜ୍ୟ ଚାପରେ ସଂଘର୍ଷ ବିରତି ପାଇଁ ରାଜି ହେବାକୁ ବାଧ୍ୟ ହୋଇଥିଲେ । ଭାରତ ପ୍ରଥମ ଦିନରୁ ହିଁ ଆମେରିକା ରାଷ୍ଟ୍ରପତିଙ୍କ ଏହି ଦାବିକୁ ଖଣ୍ଡନ କରିଛି । ପାକିସ୍ତାନୀ ସେନାର ଡିଜିଏମଓ ଭାରତୀୟ ସମକକ୍ଷଙ୍କୁ ନିବେଦନ କରିଥିଲେ, ଏହାପରେ ଭାରତ ନିଜ ସର୍ତ୍ତରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା ।
ନ୍ୟୁୟର୍କରେ ନ୍ୟୁଜବୀକ ସହ ଏକ ଆଲୋଚନାରେ ଜୟଶଙ୍କର କହିଛନ୍ତି ଯେ କୂଟନୈତିକ ଚର୍ଚ୍ଚାରେ ବାଣିଜ୍ୟର କୌଣସି ଭୂମିକା ନଥାଏ । ସେ କହିଛନ୍ତି ଯେ ଭାରକର ଅସ୍ତ୍ରବିରତି ଉପରେ ନିଷ୍ପତ୍ତି କୌଣସି ବାହାର ଚାପରେ ନଥିଲା । ଏହାସହ ସେ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ଆଲୋଚନାକୁ ରଖିଥିଲେ । ଇସଲାମାବାଦ ସହ ସଂଘର୍ଷ ପୂର୍ବରୁ ଏହି ଆଲୋଚନା ଆରମ୍ଭ ହୋଇଥିଲା । ସେ ଜୋର ଦେଇ କହିଥିଲେ ଯେ ବାଣିଜ୍ୟ ଓ ଅସ୍ତ୍ରବିରତି ନିଷ୍ପତ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଫୋନ ତାଙ୍କ ପାଖକୁ ଆସିଥିଲା, ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଥିଲେ ।
ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, 'ମୁଁ ଆପଣଙ୍କ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମେ ୯ ରାତିରେ ଉପରାଷ୍ଟ୍ରପତି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲା ବେଳେ ମୁଁ ସେହି ରୁମରେ ଥିଲି । ସେ କହିଥିଲେ ଯେ ପାକିସ୍ତାନୀ, ଭାରତ ଉପରେ ବଡ଼ ଆକ୍ରମଣ କରିବାକୁ ଯାଉଛି...ଆମେ କିଛି ମାନି ନଥିଲୁ । ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଧମକକୁ ଖାତିର କରିନଥିଲେ । ଏହାସହ କଡ଼ା ପ୍ରତିଜବାବ ଦିଆଯିବ ବୋଲି ସଂକେତ ଦେଇଥିଲେ ।'
ଜୟଶଙ୍କର ଅସ୍ତ୍ରବିରତି ଯାଏ ଘଟଣାକ୍ରମ ବି କହିଥିଲେ । ସେ କହିଥିଲେ ଯେ ଜେଡି ଭାନ୍ସଙ୍କ ଫୋନ ପରେ, ସକାଳେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋଙ୍କ ସହ କଥା ହୋଇଥିଲେ । ପାକିସ୍ତାନୀ ଆଲୋଚନା ପାଇଁ ରାଜି ଥିବା ରୁବିୟୋ କହିଥିଲେ । ପରେ ଅପରାହ୍ଣରେ ପାକିସ୍ତାନର ଡିଜିଏମଓ ମେଜର କାଶିଫ୍ ଅବଦୁଲା ଭାରତର ସମକକ୍ଷ ଲେଫ୍ଟିନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ଫୋନ କରିଥିଲେ ଓ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ ।