ରାଜନୀତି ପରେ ଆପ୍‌ ସାଂସଦଙ୍କ ବଲିଉଡ୍‌ ଡେବ୍ୟୁ ! ପରିଣୀତିଙ୍କ ପରେ ସିଲଭର ସ୍କ୍ରିନ୍‌ରେ କରିବେ ଧମାଲ

Published By : Prameya-News7 Bureau | July 02, 2025 IST

ମୁମ୍ଵାଇ ୦୨।୦୭; ବିଟାଉନ୍‌ର ମୋଷ୍ଟ ଆଡରେବଲ ଲବିଂ କପଲ ପରିଣୀତି ଚୋପ୍ରା ଓ ରାଘବ ଚଢା । ଦୁହିଁଙ୍କ ମଧ୍ୟରେ ଖୁବ୍‌ ସୁନ୍ଦର ବଣ୍ଡିଂ ଦେଖିବାକୁ ମିଳେ । ଯାହା ଫ୍ୟାନ୍ସଙ୍କ ହୃଦୟ ଜିତିନିଏ । ଉଭୟଙ୍କ ପରିଣୀତି ଓ ରାଘବ ଦୁହେଁ ଅଲଗା ଅଲଗା ପ୍ରଫେସନ୍‌ରେ କାମ କରନ୍ତି । ପରୀ ଅଭିନେତ୍ରୀ ଥିବା ବେଳେ ରାଘବ ରାଜନୀତିରେ ବେଶ୍‌ ଆକ୍ଟିଭ୍‌ ।

କିନ୍ତୁ ରାଘବ ଯେବେ ଠାରୁ ପରିଣୀତିଙ୍କୁ ତାଙ୍କର ଜୀବନସାଥୀ ଭାବେ ପାଇଛନ୍ତି , ସେବେଠାରୁ ସେ ତାଙ୍କ ପତ୍ନୀଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।  ହେଲେ ଦୁହିଁଙ୍କ ବିବାହ ପରଠାରୁ ଫ୍ୟାନ୍ସ ଜାଣିବା ବେଶ୍‌ ଆଗ୍ରହ ଯେ ରାଘବ କେବେ ଫିଲ୍ମରେ ଡେବ୍ୟୁ କରିବେ । ଏବେ ପରିଣୀତି ନିଜେ ଖୁଲାସା କରିଛନ୍ତି । 

ଏକା ସାକ୍ଷାତକାରରେ ପରୀ ସ୍ଵାମୀ ରାଘବ ବଲିଉଡ୍‌ ଡେବ୍ୟୁକୁ ନେଇ ହସି କି କହିଲେ- ସତରେ ରାଘବ ବହୁତ ଗୁଡ୍‌ଲୁକିଂ ଓ ହ୍ୟାଣ୍ଡସମ୍‌ ମଧ୍ୟ। ଲୋକମାନେ ମୋତେ ଥଟ୍ଟା ମଜାରେ କୁହନ୍ତି କି ରାଘବଙ୍କୁ ଫିଲ୍ମରେ ଆକ୍ଟିଂ କରିବା ଉଚିତ୍‌ । ଏହା ଶୁଣିବା ପରେ ଆମେ ସବୁବେଳେ ହସୁଥାଉ । କାହିଁକି ନା ଏହା ବହୁତ ସୁନ୍ଦର । କିନ୍ତୁ ତାଙ୍କର ଏବେ ଯୋଉ କାମ ସେ ତାହା କରୁଛନ୍ତି । ସେ ପଲିଟିକ୍ସକୁ ଫଲୋ କରୁଛନ୍ତି ସେ ତାହାକୁ ସବୁବେଳେ କରିବେ । ଏତିକି ନୁହେଁ ରାଘବ ବହୁତ ବଡ ଦେଶଭକ୍ତ । ସେ ନିଜର ଦେଶ ପାଇଁ ସେବା କରିବାକୁ ଚାହାନ୍ତି । ସେ ସବୁବେଳେ କୁହନ୍ତି କି ତୁମେ ତୁମ କାମ କର, ମଁ ମୋ କାମ କରିବି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.