LIVE TV

ବ୍ରିଜ ଉପରେ ବାଇକ୍, ରେଳ ଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ

NEWS7

ଭୁବନେଶ୍ୱର ୩୧।୦୮ : ଟ୍ରେନ୍‌ ଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ । ଭୁବନେଶ୍ୱର ପଲାଶପଲ୍ଲୀ ରେଳଲାଇନ୍‌ରେ ପଡିଛି ବ୍ଲଗରଙ୍କ ମୃତଦେହ । ଏହାସହ ରେଳ ଲାଇନ୍‌ ଉପରେ ଥିବା ବ୍ରିଜ୍‌ରେ ବ୍ଲଗରଙ୍କ ବାଇକ୍‌ ରହିଛି । ଘଟଣା ସଂପର୍କରେ ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ ।    

ଖବର ଅନୁଯାୟୀ, ସନ୍ଦେଶ କୁମାର ଦାସ ନାମକ ଯୁବକ ବାଇକ୍‌ରେ ବୁଲି ବୁଲି ବ୍ଲଗିଂ କରନ୍ତି । ହେଲେ ରବିବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଲାଶପଲ୍ଲୀ ବ୍ରିଜ୍‌ ଉପରେ ବ୍ଲଗରଙ୍କ ବାଇକ୍‌ ରଖାଯାଇଥିଲା । ଏହାପରେ କିଛି ଲୋକ ଟ୍ରେନ୍‌ ଲାଇନ୍‌ରେ ସନ୍ଦେଶଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଜିଆର୍‌ପିକୁ ଖବର ଦେଇଥିଲେ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କିପରି ଓ କାହିଁକି ବ୍ଲଗରଙ୍କ ମୃତ୍ୟୁ ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ବ୍ଲଗର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସର ପୁରା ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।