SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣା : ଆଉ ଜଣେ SSB ଯବାନଙ୍କ ସମେତ ୨ ଅଟକ

NEWS7
virat-kohli-from-becoming-highest-test-run-scorer-in-adelaide

ଭୁବନେଶ୍ବର ୭।୧୨: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଅଟକ । ଦୁଇ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକଙ୍କୁ ଅଟକ ରଖିଲା CBI । ଅର୍ଜୁନଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଅଟକ । ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ନିମାଇଁ । ଉଭୟଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଛି । ଗିରଫ ବିରଞ୍ଚି ନାୟକଙ୍କୁ CBI ରିମାଣ୍ଡରେ ନେଇ ଜେରା କରିଛି । ଦୁଇ ଦିନ ଜେରା ପରେ ଉଭୟଙ୍କୁ ସିବିଆଇ ଅଫିସକୁ ନିଆଯାଇଛି ।