ଗୁଡ ବାଏ ଲାଲ ରଙ୍ଗର LPG, ଏବେ ଆପଣଙ୍କ ରୋଷେଇ ଘରକୁ ଆସିବାକୁ ଯାଉଛି ସୁରକ୍ଷିତ ହାଲୁକା ପ୍ଲାଷ୍ଟିକର LPG

NEWS7
virat-kohali-says-why-he-was-doll-in-math

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ରୋଷେଇ ଘରର ଶୋଭା ବଢାଉଥିଲା ଲାଲ ରଙ୍ଗର ସିଲିଣ୍ଡର। ଲୁହାରେ ନିର୍ମିତ ଏଲପିଜି ସିଲିଣ୍ଡର ଭାରତୀୟ ରୋଷେଇ ଘରର ଛାଇ ପରିଥିଲା। ହେଲେ ଏହି ଲୁହାର ସିଲିଣ୍ଡରରେ କଳଙ୍କି ଲାଗିବା ଏବଂ ଲିକେଜ୍ ହେବାର ଭୟ ସର୍ବଦା ରହୁଥିଲା। ନିଆଁ ଲାଗିଲେ ଆଭ୍ୟନ୍ତରୀଣ ଚାପ କାରଣରୁ ଏହି ସିଲିଣ୍ଡର ଫାଟି ଯାଉଥିଲା। ମାତ୍ର ଏବେ ଏହି ଭୟ ସମାପ୍ତ ହେବାକୁ ଯାଉଛି। ହାଇ ଡେନସିଟି ପଲିଥିନ(ଏଚଡିପି)ରେ ନିର୍ମିତ ଏଜି ସିଲିଣ୍ଡର ଯଥା ଶୀଘ୍ର ଲାଲ ଏଲପିଜି ସିଲିଣ୍ଡରର ସ୍ଥାନ ନେବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୋଆରେ ଆନୁଷ୍ଠାନିକ ଭାବେ ଏହାର ଲଞ୍ଚ କରିଛନ୍ତି।

ସିଲିଣ୍ଡର ବିଷୟରେ ଆଲୋଚନା କରି ବିପିସିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ବିଜନେସ୍ ହେଡ ଟିଭି ପାଣ୍ଡିଆନ କହିଛନ୍ତି, ହାଲୁକା ସିଲିଣ୍ଡର ଏଚଡିପି ଓ ଫାଇବ୍ରାଣ୍ଡ କମ୍ପୋଜିଟ୍ ଉପାଦାନରେ ନିର୍ମିତ। ଏଥିରେ ଏଲପିଜି ଷ୍ଟୋର ରଖାଯାଏ। ପୁରୁଣା ଲୁହା ସିଲିଣ୍ଡର ଏବଂ ବର୍ତ୍ତମାନ ନୂଆ ସିଲିଣ୍ଡର ବିଷୟରେ ପାର୍ଥକ୍ୟ ଦର୍ଶାଇ ମନ୍ତ୍ରୀ କହିଛନ୍ତି, ଏକ ଲୁହା ସିଲିଣ୍ଡରରେ ସାଧାରଣତଃ ୧୪.୨ କେଜି ଏଲପିଜି ରହିଥାଏ ଏବଂ ସିଲିଣ୍ଡରର ଓଜନ ୧୭ କିଲୋଗ୍ରାମ ରହିଥାଏ। ଏମିତି ମିଶାଇ ସିଲିଣ୍ଡରର ଓଜନ ୩୦ରୁ ୩୩ କେଜି ରହିଥାଏ।

ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଭାରତ ଗ୍ୟାସ ଲାଇଟ୍ ସିଲିଣ୍ଡରର ଓଜନ ମାତ୍ର ୫.୯ କିଲୋଗ୍ରାମ ରହିଛି। ଏଥିରେ ୧୦ କେଜି ଏଲପିଜି ରହୁଛି। ଏହାକୁ ମିଶାଇ ଲାଇଟ୍ ସିଲିଣ୍ଡରର ଓଜନ ୧୫.୯ କିଲୋଗ୍ରାମ ରହୁଛି, ଯାହା ଲୁହା ସିଲିଣ୍ଡର ତୁଳନାରେ ୧୬ କେଜି କମ। ଏଥିରେ ଘରର ମହିଳାଙ୍କୁ ଉଠାଇବା ସହଜ ହେବ ଏବଂ ଡେଲିଭରି ବୟଙ୍କ ପାଇଁ ମଧ୍ୟ ଲାଇଟ୍ ସିଲିଣ୍ଡର ବେଶ ଆରାମ ଦାୟକ ରହିବ। କାରଣ ଡେଲିଭରି ବୟଙ୍କୁ ଏବେ କାନ୍ଧରେ ୩୩ କିଲୋଗ୍ରାମର ସିଲିଣ୍ଡର ଉଠାଇବାକୁ ପଡ଼ୁଥିଲା।

ଲୁହାର ଏଲପିଜି ସିଲିଣ୍ଡରର ମୁଖ୍ୟ ସମସ୍ୟା ଏଥିରେ କଳଙ୍କି ଲାଗିଥାଏ। କିନ୍ତୁ ଏଚପିଡି ଲାଇଟ୍ ସିଲିଣ୍ଡରରେ ଜଙ୍କ ବା କଳଙ୍କି ଲାଗିବାର ସମସ୍ୟା ନାହିଁ। ଏହି ସିଲିଣ୍ଡରର ରଙ୍ଗ ହେଉଛି ନୀଳ ଏବଂ ହଳଦିଆ। ଏଥିରେ ଟ୍ରାସଲୁସେଣ୍ଟ ସ୍ଲଟ୍ ମଧ୍ୟ ରହି, ଯେଉଁଥିରେ ଗ୍ରାହକ ସିଲିଣ୍ଡରରେ କେତେ ଗ୍ୟାସ୍ ଅଛି ଦେଖି ପାରିବ।

ଭାରତ ଗ୍ୟାସର ଅଧିକାରୀ କହିଛନ୍ତି, ଲାଇଟ୍ ସିଲିଣ୍ଡରର ମୂଲ୍ୟ ୨୫ ଶହ ଟଙ୍କା ଏବଂ ବଜାରରେ ସିକ୍ୟୁରିଟି ଡିପୋଜିଟ ମିଶାଇ ଏହାର ଦାମ ପ୍ରାୟ ୩୩୫୦ ଟଙ୍କା ହେବ। ଲୁହା ସିଲିଣ୍ଡର ପାଇଁ ୨୨୦୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିଥାଏ। ଯଦି ଆପଣ ଲଞ୍ଚ ସମୟରେ ସିଲିଣ୍ଡର ନେବାକୁ ଚାହାନ୍ତି ତେବେ ଆପଣଙ୍କୁ ଲୁହା ସିଲିଣ୍ଡରକୁ ଲାଇଟରେ ବଦଳାଇବା ପାଇଁ କେବଳ ୩୦୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ। କିନ୍ତୁ ନୂଆ ଲାଇଟ୍ ସିଲିଣ୍ଡର ନେବା ପାଇଁ ଲଞ୍ଚ ସମୟରେ ୨୫୦୦ ଟଙ୍କା ଏବଂ ପୂରା ବଜାରରେ ଲଞ୍ଚ ହେବା ପରେ ୩୩୫୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ।

ଏହା ସହ ଯଦି ଆପଣ ଏହି ଲାଇଟ୍ ସିଲିଣ୍ଡରରେ ଖୁସି ନାହାନ୍ତି, ତେବେ ଆପଣ ଏହାକୁ ଫେରାଇ ପୁରୁଣା ଲୁହା ସିଲିଣ୍ଡର ନେଇ ପାରିବେ। ବିପିସିଏଲ ଏହାକୁ ପ୍ରଥମେ ୧୦ ସହରରେ ଏବଂ ଆଗାମୀ ଦିନରେ ଦେଶର ସମସ୍ତ ମେଟ୍ରୋ ସହରରେ ପ୍ରଚଳନ କରିବାକୁ ଯୋଜନା କରିଛି। ପ୍ରଥମେ ଗୋଆରେ ଆଜି ଲାଇଟ୍ ସିଲିଣ୍ଡରର ଲଞ୍ଚ ହୋଇଛି।