ଭୁବନେଶ୍ବର ୧୬/୫: ଖଲ୍ଲିକୋଟ ହିଂସା ନେଇ ସୋସିଆଲ ମିଡିଆ Xରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ଘଟଣାକୁ ଦୃଢ ନିନ୍ଦା କରିବା ସହ କହିଛନ୍ତି ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ବୁଧବାର ପୋଷ୍ଟର ମରାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ୨ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ହୋଇଥିଲା । ୮ ଜଣ ଗୁରୁତର ହୋଇଥିବାବେଳେ ଗୁରୁବାର ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ମୃତ୍ୟୁ ହୋଇଛି ।
Deeply disturbed and saddened at the very unfortunate and tragic incident of violence in Khallikote area. Such incidents of violence have no place in our democracy and civil society.
— Naveen Patnaik (@Naveen_Odisha) May 16, 2024
I strongly condemn this incident. My deepest condolence to the family who has lost their loved…