ଆଶାୟୀଙ୍କ ପାଇଁ ନୂଆ ନିୟମ, ଚାକିରି ପାଇଲେ ଆଉ ଦେଇପାରିବେନି IAS ପରୀକ୍ଷା, ଆବେଦନ ପୂର୍ବରୁ ଜାଣିବା ଜରୁରୀ...

NEWS7
vinesh-phogat-test-covid-positive-before-khel-ratna-award

ନୂଆଦିଲ୍ଲୀ,|୦୨ : କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ବୁଧବାର ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି । କେଉଁ ପରୀକ୍ଷାର୍ଥୀ କେତେଥର ୟୁପିଏସସି ସିଭିଲ୍ ସର୍ଭିସ୍ ଏଗଜାମ୍ (ସିଏସଇ) ଦେଇପାରିବେ ଏବଂ ସେମାନଙ୍କ ଯୋଗ୍ୟତା କ’ଣ ରହିବ ସେ ବାବଦରେ ଘୋଷଣା କରାଯାଇଛି । ଏଥିସହ ୟୁପିଏସସି-୨୦୨୬ ପରୀକ୍ଷା ଲାଗି ବିଜ୍ଞପ୍ତି ଜାରି ହୋଇଛି ।

ସିଏସଇ-୨୦୨୬ ମାଧ୍ୟମରେ ଆଇଏଏସ୍, ଆଇଏଫଏସ୍, ଆଇପିଏସ୍, ଆଇଆରଏସ୍ ଓ ଅନ୍ୟ ଗ୍ରୁପ୍ ଏ’ ଏବଂ ଗ୍ରୁପ୍ ବି’ ସେବା ସମେତ ବିଭିନ୍ନ ସିଭିଲ ସେବାରେ ପ୍ରାୟ ୯୩୩ ଖାଲି ପଦ ପୂରଣ କରାଯିବ । ସେଥିମଧ୍ୟରୁ ୩୩ ଖାଲି ପଦବୀ ଦିବ୍ୟାଙ୍ଗ ଆଶାୟୀଙ୍କ ପାଇଁ ସଂରକ୍ଷିତ ରହିଛି । ନୂଆ ନିୟମ ଅନୁସାରେ, ପୂର୍ବ ପରୀକ୍ଷା ଆଧାରରେ ଆଇଏଏସ୍ କିମ୍ବା ଆଇଏଫଏସ୍ ପଦରେ କୌଣସି ପ୍ରାର୍ଥୀ ନିଯୁକ୍ତି ପାଇଥିଲେ କିମ୍ବା ସେହି ପଦରେ ରହିଥିଲେ ସେମାନେ ସିଏସଇ-୨୦୨୬ ପରୀକ୍ଷା ଦେବା ଲାଗି ଯୋଗ୍ୟ ହେବେ ନାହିଁ । ଯଦି ଆଇଏଏସ୍ କିମ୍ବା ଆଇଏଫଏସ୍ ପ୍ରାର୍ଥୀ ଏପରି ନିଯୁକ୍ତି ସିଏସ୍ଇ-୨୦୨୬ ପ୍ରିଲିମ୍ସ ପରୀକ୍ଷା ପରେ ଏବଂ ମେନ୍ସ ପରୀକ୍ଷା ପୂର୍ବରୁ ପାଆନ୍ତି ତେବେ ସେହି ପ୍ରାର୍ଥୀଙ୍କୁ ମେନ୍ସ ପରୀକ୍ଷାରେ ସାମିଲ ହେବାକୁ ଦିଆଯିବ ନାହିଁ । ଯଦି ନିଯୁକ୍ତି ମେନ୍ସ ପରୀକ୍ଷା ଆରମ୍ଭ ହେବା ପରେ ଏବଂ ଫଳାଫଳ ଘୋଷଣା ହେବା ପୂର୍ବରୁ ହୁଏ ତେବେ ପ୍ରାର୍ଥୀଙ୍କୁ ସିଏସଇ-୨୦୨୬ ଆଧାରରେ କୌଣସି ସେବାରେ ନିଯୁକ୍ତି ମିଳିପାରିବ ନାହିଁ ।

ଆଇପିଏସ୍ ପାଇଁ ୟୁପିଏସସି ଆଉ ଏକ କଟକଣା ଲଗାଇଛି । ଯେଉଁ ପ୍ରାର୍ଥୀ ପୂର୍ବରୁ ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ୍ ଅଧିକାରୀ ଭାବେ ନିଯୁକ୍ତି ଲାଗି ମନୋନୀତ ହୋଇଥିଲେ, ସେମାନେ ମଧ୍ୟ ସିଏସ୍ଇ ୨୦୨୬ ଫଳାଫଳ ଆଧାରରେ ପୁଣି ଥରେ ଆଇପିଏସ୍ ଭାବେ ମନୋନୀତ ହେବା ପାଇଁ ଯୋଗ୍ୟ ହେବେ ନାହିଁ । କମିଶନ ସିଏସଇ-୨୦୨୬ ଜରିଆରେ ଆଇପିଏସ୍ କିମ୍ବା କୌଣସି ସେଣ୍ଟ୍ରାଲ ସର୍ଭିସ୍ ଗ୍ରୁପ୍ ଏ’ରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କ ଲାଗି ଏକ ବିସ୍ତୃତ ଫ୍ରେମୱାର୍କ ବନାଇଛନ୍ତି । ଯେଉଁମାନେ ସିଏସଇ-୨୦୨୭ରେ ପୁଣି ସାମିଲ ହେବାକୁ ଚାହିଁବେ ସେମାନେ ତାଲିମରେ ଯୋଗଦାନ କରିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଛାଡ଼ ପାଇବା ଜରୁରି । ସେମାନେ କେବଳ ଫାଉଣ୍ଡେସନ କୋର୍ସ ଜଏନ କରିବାରେ ବିଳମ୍ବ କରିପାରିବେ । କିନ୍ତୁ ସେମାନେ ଯଦି ଟ୍ରେନିଂରେ ଯୋଗ ନ ଦେବେ କିମ୍ବା ଥରେ ଛାଡ଼ ପାଇ ନ ଥିବେ ତେବେ ସିଏସ୍ଇ ୨୦୨୬ ଅନୁସାରେ ତାଙ୍କ ସର୍ଭିସ ଆଲୋକେସନକୁ ବାତିଲ କରିଦିଆଯିବ ।