ମାଥିଲି ୦୫।୧୦ : ମାଲକାନଗିରି ଜିଲ୍ଲା ତଙ୍ଗଗୁଡ଼ା ଠାରେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ । ୩୨୬ ନମ୍ବର ଜାତୀୟ ରାଜପଥରେ ଉତ୍ୟକ୍ତ ଲୋକେ ଧାରଣା ଦେଉଥିବାରୁ ଜୟପୁର- ମାଲକାନଗିରି ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି।

ବ୍ରେକ୍ ଡାଉନ ହୋଇ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଦୁଇ ଦିନରେ ତିନିଜଣ ପ୍ରାଣ ହରାଇଲେଣି। କ୍ଷତିପୂରଣ ସହ ରାସ୍ତାରୁ ଖରାପ ହୋଇଥିବା ଟ୍ରକ ହଟାଇବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ମାଲକାନଗିରି ମାଥିଲି ବ୍ଳକ ୩୨୬ ନମ୍ବର ଜାତୀୟ ରାଜପଥ ତଙ୍ଗଗୁଡାରେ ଶନିବାର ଘଟିଛି ଦୁର୍ଘଟଣା। ସମାନ ଢଙ୍ଗରେ ଏହାର ପୂର୍ବଦିନ ସେହି ଟ୍ରକ୍ କୁ ଏକ ବାଇକ୍ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୪ ଘଣ୍ଟା ନପୁରୁଣୁ ଟ୍ରକ୍ ରେ ଧକ୍କା ହୋଇ ଆଉ ଦୁଇ ଜଣ ପ୍ରାଣ ହରାଇବା ପରେ ଉତ୍ୟକ୍ତ ଲୋକେ ଜୟପୁର-ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି।