ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଲେ

Published By : Prameya-News7 Bureau | May 15, 2024 IST

ମହାକାଳପଡା ୧୫।୫: ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହାକାଳପଡା ତହସିଲ ଅଫିସ ସରକାରୀ ଅମିନ ଉମାକାନ୍ତ ବେହେରା । ଆରପି କେସ୍ ରିପୋର୍ଟ ଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । 

ମହାକାଳପଡା ତହସିଲ କାର୍ଯ୍ୟାଳୟର ଲାଞ୍ଚୁଆ ସରକାରୀ ଅମିନ ଉମାକାନ୍ତ ବେହେରା ମହାକାଳପଡା ଶିଖର ଗ୍ରାମରେ ରହୁଥିବା ଭଡାଘରେ ଓ ନିଜ ପୈତୃକ ଘର ଆଳିରେ   ଭିଜିଲାନ୍ସ ଟିମ୍ ଚଢାଉ କରିଛି । ମହାକାଳପଡା ପଞ୍ଚାୟତ କେୟାରବାଙ୍କ ଗ୍ରାମର ସୁଶାନ୍ତ ବିଶ୍ବାଳ   ଏନେଇ ଟୋଲ୍ ଫ୍ରି ନମ୍ବର ୧୦୬୪ରେ କଲ୍ କରିଥିଲେ । କଟକ ଭିଜିଲାନ୍ସ ଟିମ୍ ଅଭିଯୋଗ ପାଇଲା ପରେ, ଅଭିଯୋଗକୁ ଭିତ୍ତିକରି କଟକ ଭିଜିଲାନ୍ସ ଟିମ୍ ଓ କେନ୍ଦ୍ରାପଡ଼ା ଟିମ୍ ଚଢାଉ କରି ଲାଞ୍ଚୁଆ ଅମିନକୁ ଅଭିଯୋଗକାରୀଙ୍କ ନିକଟରୁ ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡରେ ଲାଞ୍ଚୁଆ ଅମିନକୁ ଧରିଥିଲା । ଅମିନକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ ।

You Can Read :

ବନ୍ଧୁକ ମୁନରେ ଡକାୟତି : ଶିକ୍ଷୟିତ୍ରୀଙ୍କ ଘରେ ପଶି ଲୁଟିଲେ ୮ ମୁଖାପିନ୍ଧା ଲୁଟେରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.