ମାହାଙ୍ଗା ୦୬/୦୬: ମହଙ୍ଗା ପଡିଲା ୯ ହଜାର ଟଙ୍କା ଲାଞ୍ଚ ନେବା । ଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ଜିଲ୍ଲା ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ଏସ ଡି ଭି ଓ ଅଫିସର କିରାଣୀ । ଏହାସହ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କିରାଣୀ ମନୋଜ କୁମାର ମହାନ୍ତିଙ୍କ ମାହାଙ୍ଗାସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଚାରି ଜଣିଆ ଭିଜିଲାନ୍ସ ଟିମ ତାଙ୍କ ପୈତୃକ ଘର କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁରରେ ଗୁରୁବାର ରାତିରେ ଚଢ଼ାଉ କରିଥିଲେ ।
ମନୋଜଙ୍କ କଟକସ୍ଥିତ ଘର, ପୁରୀ ଅଫିସ ଏବଂ ମାହାଙ୍ଗାସ୍ଥିତ ପୈତୃକ ଘରେ ଏକ କାଳୀନ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବିରୁଆ, ଇନ୍ସପେକ୍ଟର ଶର୍ମିଷ୍ଠା ସାହୁ, ଏ ଏସ ଆଇ ଦୀପକ ଦାସ, ପ୍ରମୁଖ ସାମିଲ ହୋଇଥିଲେ । ତେବେ ମନୋଜଙ୍କ ପୈତୃକ ଘରୁ କିଛି ମିଳିନଥିବା ସୂଚନା ମିଳିଛି । ପୁରୀ ଏସଡିଭି ଓ ଅଫିସର କିରାଣୀ ମନୋଜ ମହାନ୍ତି ଗୁରୁବାର ଦିନ ଇଲେକ୍ଟ୍ରି ଭେଇକିଲରେ ସବସିଡି ଲୋନ ବାବଦକୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।