india-us trade deal: ଏହିସବୁ ସାମଗ୍ରୀ ଉପରେ ଶୁଳ୍କ ଲଗାଇବନି ଆମେରିକା ?

NEWS7
video-stones-pelted-on-cm-nitish-kumars-convoy-in-patna-glass-of-many-vehicles-broken

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ୫୦୦ ବିଲିୟନ ଡଲାର (ପ୍ରାୟ ୪୫,୨୯,୦୬୯.୮୦ ଟଙ୍କା) ବାଣିଜ୍ୟ ଚୁକ୍ତି ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଢାଞ୍ଚାରେ ସହମତ ହୋଇଛନ୍ତି। ଏନେଇ ମିଳିତ ବିବୃତ୍ତି ଜାରି କରିବା ପାଇଁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଶନିବାର ସକାଳେ ମିଳିତ ବିବୃତ୍ତି ପ୍ରକାଶ ପାଇଛି। ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏନେଇ ମତ ରଖିଛନ୍ତି।

ଗୋୟଲ କହିଛନ୍ତି ଯେ ଏହି ଡିଲ୍ରେ ପ୍ରତିପକ୍ଷ ଠାରୁ ଭାରତ ଅଧିକ ଲାଭବାନ ହେବ। ଆମେରିକା ସହ ହୋଇଥିବା ଟ୍ରେଡ୍ ଡିଲ୍ ଭାରତର କୃଷି ଓ ଏମଏସଏମି କ୍ଷେତ୍ରକୁ ସୁରକ୍ଷା ଦିଆଯାଇଛି। ଅପରପକ୍ଷରେ ଭାରତୀୟ କୃଷିଜାତ ଦ୍ରବ୍ୟ ପାଇଁ ମଧ୍ୟ ଆମେରିକା ବଜାର ଖୋଲିଯାଇଛି।

ଅନ୍ତରୀଣ ବାଣିଜ୍ୟ ଢାଞ୍ଚା ଘୋଷଣାର କିଛି ଘଣ୍ଟା ପରେ ଶନିବାର ଗୋୟଲ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଆମେରିକୀୟ କୃଷି ଉତ୍ପାଦଗୁଡ଼ିକୁ କୌଣସି ଆମଦାନୀ ଲାଭ ଦିଆଯିବ ନାହିଁ। କାରଣ ଭାରତ ବାଛି ବାଛି କିଛି ନିର୍ଦ୍ଦିଷ୍ଟ ଆମେରକୀୟ ସାମଗ୍ରୀ- ଯଥା ଲାଲ୍ ଜ, ଆଲମଣ୍ଡ, କାଜୁ ଆଦି ବିଭିନ୍ନ ପ୍ରକାର ବାଦାମ, ମଦ ଓ ସ୍ପିରିଟ୍ ପାଇଁ ଭାରତୀୟ ମାର୍କେଟ୍ ଖୋଲିଛି ଗୋୟଲ କହିଥିଲେ।

ଗୋୟଲ କହିଛନ୍ତି ଯେଉଁସବୁ ସାମଗ୍ରୀରେ ଆମେ ଆତ୍ମନିର୍ଭର ସେସବୁ ସାମଗ୍ରୀକୁ ଚୁକ୍ତିରୁ ବାଦ୍ ଦିଆଯାଇଛି। ଏହି ଚୁକ୍ତିନାମା, ଘୋଷଣାର ବର୍ଷ ମଧ୍ୟରେ, ଭାରତୀୟ ରପ୍ତାନିକାରୀଙ୍କ ପାଇଁ ୩୦ ଟ୍ରିଲିୟନ ଡଲାରର ବଜାର ଖୋଲିଯିବ। କାରଣ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତି ମାର୍ଚ୍ଚ ମଝିରେ ସାଇନ କରାଯିବ। ଏଥିରେ ଏକାଧିକ କୃଷିଜାତ ଦ୍ରବ୍ୟ ଉପରେ ଶୂନ ଜାବାବୀ ଶୁଳ୍କ ଲାଗିବ। ଚା’ ମସଲା, କଫି ଏବଂ ନଡ଼ିଆ ତେଲ ଉପରେ ଆମେରିକାରେ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ଗୋୟଲ କହିଛନ୍ତି। ଆଜିର ଦିନକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ ବୋଲି ଗୋୟଲ କହିଥିଲେ।

ଏହା ବ୍ୟତୀତ, ଗୋୟଲ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଫଳ, ପନିପରିବା ଏବଂ କୃଷି ଉତ୍ପାଦ ଦ୍ରବ୍ୟ ଯଥା-କଦଳୀ, ଆମ୍ବ, ପିଜୁଳି, ଆଭୋକାଡୋ, କିୱି, ଅମୃତଭଣ୍ଡା, ସପୁରିପଣସ, ଛତୁ, ଶସ୍ୟ, ଜଅ, ବେକେରୀ ଉତ୍ପାଦ, କୋକୋ ଉତ୍ପାଦ ଏବଂ ତିଳ ସମେତ ବିଭିନ୍ନ ପ୍ରଡକ୍ଟ ଉପରେ ଆମେରିକା କୌଣସି ଶୁଳ୍କ ଲଗାଇବା ନାହିଁ। ଏହି ଚୁକ୍ତିନାମା ଭାରତର ଚାଷୀ, ଏମଏସଏମଇ, କିମ୍ବା ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସ୍ୱାର୍ଥକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଉ ନାହିଁ ବୋଲି ଗୋୟଲ କହିଛନ୍ତି। କୃଷି ବ୍ୟତୀତ, ଆମେରିକାକୁ ପ୍ରାୟ ୧୩ ବିଲିୟନ ଡଲାର ମୂଲ୍ୟର ଔଷଧ ରପ୍ତାନି ସମେତ ରତ୍ନପଥର ଓ ହୀରା ଆଦି ରପ୍ତାନୀ ଉପରେ ଆମେରିକା କୌଣସି ଶୁଳ୍କ ଲଗାଇବ ନାହିଁ।

କେବଳ ସେତିକି ନୁହେଁ, ସ୍ମାର୍ଟଫୋନ୍, ଏୟାରକ୍ରାଫ୍ଟ ପାର୍ଟ,ଏଲିମେଣ୍ଟାରି ଅଟୋପାର୍ଟ, କାନ୍ଥଘଣ୍ଟା, ହାତଘଣ୍ଟା, ଅତ୍ୟାବଶ୍ୟକୀୟ ତେଲ ଏବଂ କିଛି ନିର୍ଦ୍ଦିଷ୍ଠ ଘର ସଜା ସାମଗ୍ରୀ ଉପରେ ଭବିଷ୍ୟତରେ ଶୂନ୍ୟ ଟାରିଫ ଲାଗିବ।

ଏସବୁ ବାଦ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦେଶ ତୁଳନାରେ ଭାରତ ଉପରେ କମ ଶୁଳ୍କ ଲାଗିଛି। ଚୀନ୍ ଉପରେ ୩୫% ଶୁଳ୍କ ଲାଗିଥିବା ବେଳେ ଭିଏତନାମ ଏବଂ ବାଂଲାଦେଶ ଉପରେ ୨୦% ଶୁଳ୍କ ଲାଗିଛି। ସେହିପରି ଇଣ୍ଡୋନେସିଆ ଉପରେ ଶୁଳ୍କ ୧୯% ରହିଛି। ଏସବୁ ଦୃଷ୍ଟିରେ ଦେଖିଲେ ଭାରତ କମ୍ ଶୁଳ୍କ ସାମ୍ନା କରିବ ବୋଲି ଗୋୟଲ କହିଛନ୍ତି।