ଆଉ ନାହାନ୍ତି ଆଙ୍ଗ୍ରି ପ୍ରଫେସର ଅଚ୍ୟୁତ ପୋତଦାର, ୯୧ ବର୍ଷରେ ଦେହାନ୍ତ

Published By : Prameya-News7 Bureau | August 19, 2025 IST

ମୁମ୍ୱାଇ ୧୯/୦୮: ୩ ଇଡିଅଟ୍ସରେ ସେ ଥିଲେ ରୁଡ୍ ପ୍ରଫେସର । ଆଜି ବି ଦର୍ଶକଙ୍କ ହୃଦୟରେ ସେ ସାର୍ ଭାବେ ସେ ଖ୍ୟାତ୍ । ସେ ଆଉ କେହି ନୁହଁନ୍ତି ସେ ବରିଷ୍ଠ ଅଭିନେତା ଅଚ୍ୟୁତ ପୋତଦାର । ୯୧ ବର୍ଷ ବୟସରେ ଦୁନିଆକୁ କହିଛନ୍ତି ଅଲବିଦା । ୧୮ ଅଗଷ୍ଟ ୨୦୨୫ରେ ତାଙ୍କର ଦେହାନ୍ତ ହୋଇଛି । ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା । ଗତ କିଛିଦିନ ଧରି ସେ ସ୍ୱାସ୍ଥ୍ୟ ସମସ୍ୟା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କର ଶେଷକୃତ୍ୟ ଅଗଷ୍ଟ ୧୯ରେ ଥାନେରେ ଅନୁଷ୍ଠିତ ହେବ।

ସିନେମାରେ ନିଜର ଛାପ ଛାଡ଼ିବା ପୂର୍ବରୁ, ଅଚ୍ୟୁତ ପୋତଦାର ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ । ପରେ ଭାରତୀୟ ତୈଳ କମ୍ପାନୀରେ କାର୍ଯ୍ୟ କରିଥିଲେ। ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ୧୯୮୦ ଦଶକରେ ଚଳଚ୍ଚିତ୍ର ଓ ଟେଲିଭିଜନ ଦୁନିଆକୁ ନେଇଆସିଥିଲା । ଯାହା ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିଅର ପାଇଁ ପଥ ପ୍ରସ୍ତୁତ କରିଥିଲା।

ପୋତଦାର ହିନ୍ଦୀ, ମରାଠୀ ସିନେମା ସହ ୧୨୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ କ୍ରିଟିକ୍ସ ଚଏସ୍ ବ୍ଲକବଷ୍ଟର ହିଟ୍ ହୋଇଛି । ଏଥିରେ ଆକ୍ରୋଶ, ଆଲବର୍ଟ ପିଣ୍ଟୋ କୋ ଗୁସ୍ସା କ୍ୟୋଁ ଆତା ହୈ, ଅର୍ଦ୍ଧ ସତ୍ୟ, ତେଜାବ, ପରିନ୍ଦା, ରାଜୁ ବନ ଗୟା ଜେଣ୍ଟେଲମ୍ୟାନ୍, ଦିଲୱାଲେ, ରଙ୍ଗୀଲା, ବାସ୍ତବ, ହମ୍ ସାଥ୍ ସାଥ୍ ହେ, ପରିଣୀତା, ଲଗେ ରହୋ ମୁନ୍ନା ଭାଇ, ଦବଙ୍ଗ ୨, ଭେଣ୍ଟିଲେଟର, ୩ ଇଡିଅଟ୍ସ ଭଳି ଅନେକ ଲୋକପ୍ରିୟ ଶୋ’ରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ, ସେ ୱାଗଲେ କି ଦୁନିଆ, ମିସେସ୍ ତେନ୍ଦୁଲକର ଏବଂ ଭାରତ କି ଖୋଜ ଭଳି ଅନେକ ଲୋକପ୍ରିୟ ଶୋ’ରେ ଅଭିନୟ କରିଛନ୍ତି।

ରାଜକୁମାର ହିରାନୀଙ୍କ ବ୍ଲକବଷ୍ଟର ଫିଲ୍ମ ୩ ଇଡିଅଟ୍ସରେ ଜଣେ କଠୋର କିନ୍ତୁ ସହାୟକ ଇଞ୍ଜିନିୟରିଂ ପ୍ରଫେସର ଭାବରେ ସେ ଘରେ ଘରେ ପରିଚିତ ହୋଇଗଲେ। ତାଙ୍କର ସଂଳାପ "କେହନା କ୍ୟା ଚାହତେ ହୋ" ଏକ ଲୋକପ୍ରିୟ ମିମ୍ ହୋଇଗଲା।

ଅଚ୍ୟୁତ ପୋତଦାରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକ ଏବଂ ସହ-ଷ୍ଟାରମାନେ ତାଙ୍କୁ ଜଣେ ନମ୍ର, ସମର୍ପିତ କଳାକାର ଭାବରେ ମନେ ରଖିଛନ୍ତି ଯାହାଙ୍କ କାମ ଦର୍ଶକଙ୍କ ଉପରେ ଏକ ଅମିଟ ଛାପ ଛାଡ଼ିଛି। ଭାରତୀୟ ସିନେମାରେ ଅଚ୍ୟୁତ ପୋତଦାରଙ୍କ ଅବଦାନ ଅତୁଳନୀୟ ଏବଂ ଜଣେ ମରାଠୀ ଏବଂ ହିନ୍ଦୀ ଅଭିନେତା ଭାବରେ ତାଙ୍କର ଐତିହ୍ୟ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.