ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ନେଇ NDAର ବୈଠକ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ପାଇଁ ବିରୋଧୀଙ୍କୁ ଅପିଲ୍ କରିଛନ୍ତି। ଦିଲ୍ଲୀରେ ଏନଡିଏ ସଂସଦୀୟ ଦଳ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଏବଂ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ସାଂସଦମାନେ ସିପି ରାଧାକୃଷ୍ଣନଙ୍କୁ ମଧ୍ୟ ଭେଟିଥିଲେ।
ବୈଠକରେ ସିନ୍ଧୁ ଜଳ ଚୁକ୍ତିନାମାକୁ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। କହିଛନ୍ତି ଯେ ଭାରତର ଜଳ ଅଂଶ ପାକିସ୍ତାନକୁ ଦିଆଯାଇଛି। କ୍ୟାବିନେଟ୍ ଅନୁମୋଦନ ବିନା ପାକିସ୍ତାନକୁ ୮୬ କୋଟି ଟଙ୍କା ଦିଆଯାଇଥିଲା। ଏଣିକି ଜମ୍ମୁ-କାଶ୍ମୀର, ହରିୟାଣା, ରାଜସ୍ଥାନ, ପଞ୍ଜାବ ଭଳି ରାଜ୍ୟ ଜଳର ଲାଭ ପାଇବେ। ସେ ବୈଠକରେ ଅର୍ଥନୀତି ବିଷୟରେ ମଧ୍ୟ କଥା ହୋଇଥିଲେ। ଜବାହରଲାଲ୍ ନେହରୁ କ୍ୟାବିନେଟ ଅନୁମୋଦନ ବିନା ଏବଂ ସଂସଦକୁ ସୂଚନା ନ ଦେଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ। ଆମର ୮୦ ପ୍ରତିଶତ ପାଣି ପାକିସ୍ତାନକୁ ଦିଆଯାଇଥିଲା।।
ଏହି ବୈଠକ ପରେ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ ସଂସଦୀୟ ଦଳ ବୈଠକରେ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ର ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମସ୍ତଙ୍କ ସହିତ ପରିଚିତ କରାଯାଇଥିଲା। NDA ଦଳଗୁଡ଼ିକ ତାଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
କିରନ୍ ରିଜିଜୁ କହିଛନ୍ତି, ''ପ୍ରଧାନମନ୍ତ୍ରୀ ସମସ୍ତ ଦଳକୁ ସର୍ବସମ୍ମତିକ୍ରମେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଥିଲେ। ସମସ୍ତେ ସହମତ ହୋଇଥିଲେ ଯେ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଏକ ଦୃଢ ନାମ। ତାଙ୍କ ଜୀବନରେ କୌଣସି ବିବାଦ ନାହିଁ। ସେ ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି। ବିରୋଧୀ ସହକର୍ମୀଙ୍କୁ ନିବେଦନ, ସମସ୍ତେ ତାଙ୍କୁ ଏକମତ ଭାବରେ ସମର୍ଥନ କରିବା ଉଚିତ।