ନିୟନ୍ତ୍ରଣ ହରାଇ କୂଅକୁ ଖସିଲା ଭ୍ୟାନ ; ୧୨ ମୃତ, ୪ ଆହତ ହସ୍ପିଟାଲ୍‌ରେ ଭର୍ତ୍ତି

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ ୨୮।୦୪; ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ନିୟନ୍ତ୍ରଣ ହରାଇ କୂଅ ଭିତରକୁ ଖସିଲା ଭ୍ୟାନ । ରବିବାର ମନ୍ଦସୌର ଜିଲ୍ଲାରେ ଭ୍ୟାନଟି କୂଅକୁ ଖସିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଚାରି ଜଣ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଏମର୍ଜେନ୍ସି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। 

ଏହି ଘଟଣା ନାରାୟଣଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ କଚାରିଆ ଗାଁରେ ଘଟିଛି। ମନ୍ଦସୌର ଏସ୍‌ପି କହିଛନ୍ତି, "ନାରାୟଣଗଡ଼ ଥାନା ଅଞ୍ଚଳରେ ଏକ ଭ୍ୟାନଟି କୂଅରେ ଖସିପଡିଥିଲା, ସେଥିରେ ୧୪ ଜଣ ଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଭ୍ୟାନଟି ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ ଆରୋହୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ପରେ ଗାଡିଟି ନିୟନ୍ତ୍ରଣ ହରାଇ କୂଅକୁ ଖସିପଡିଥିଲା । ଯାହାଫଳରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ୪ ଜଣଙ୍କୁ ସୁରକ୍ଷିତ ଭାବରେ କୂଅରୁ ଉଦ୍ଧାର କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ।    

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।  ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ, ପରିବାର ସଦସ୍ୟଙ୍କୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅ। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.