କଂଗ୍ରେସ ନେତ୍ରୀ ଓ୍ୱାଇଏସ୍‌ ଶର୍ମିଳା ଗୃହବନ୍ଦୀ, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପଚାରିଲେ ପ୍ରଶ୍ନ

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧।୦୪ : କଂଗ୍ରେସ ନେତ୍ରୀଙ୍କ ସାଂଘାତିକ ଅଭିଯୋଗ । ଆନ୍ଧ୍ରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷା ୟାଇ ଏସ୍‌ ଶର୍ମିଳାଙ୍କୁ ଗୃହବନ୍ଦୀ କରାଯାଇଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ତାଙ୍କୁ ଗୃହବନ୍ଦୀ କରିଛନ୍ତି । ଏମିତିକି ଦଳୀୟ ଅଫିସ ମଧ୍ୟ ଯିବାକୁ ଛାଡୁନାହାନ୍ତି ।  

ସୋସିଆଲ୍‌ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କଂଗ୍ରେସ ନେତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ମୋତେ ବିଜୟଓ୍ୱାଡା ସ୍ଥିତ ଘରେ ନଜରବନ୍ଦୀ କରିଛନ୍ତି । ଏହା ପଛର କାରଣ କ’ଣ ? ଆନ୍ଧ୍ର ବାସୀ ମୋତେ ଦୟାକରୀ ଜଣାଇବେ କି ? ରାଜ୍ୟ ସରକାର ସମ୍ବିଧାନିକ ନିୟମରେ କାମ କରିବା ଉଚିତ୍‌ । 

ଏହାପୂର୍ବରୁ ଶର୍ମିଳା ନାଇଡୁ ସରକାରଙ୍କ ଉପରେ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି, ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ଦଳ ଦୁଇ ଦିନ ତଳେ ଅମରାବତୀ କ୍ୟାପିଟାଲ କମିଟି ନାମକ ଏକ ସମିତି ଗଠନ କରିଥିଲେ । ଯେଉଁଥିରେ କଂଗ୍ରେସ ଦଳରୁ ୬ରୁ ୭ ଜଣ ସଦସ୍ୟ ରହିଥିଲେ । ସରକାରଙ୍କ ଏହି ସମିତିର ଭୟ ଘାରିଥିଲା । ଯେଉଁଥି ଲାଗି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏପରି କାମ କରୁଛନ୍ତି । ସମସ୍ତ ଘଟଣାକୁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ରୟାସ କରୁଛନ୍ତି । ଜଣେ ମହିଳା ଏବଂ ଏକ ଦଳକୁ ରୋକିବା ପାଇଁ ସାରା ପୋଲିସ ଫୋର୍ସ ଲଗାଯାଇଛି । ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ମୋ ସହିତ ପୋଲିସ ଅଭଦ୍ର ଆଚରଣ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.