ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ୨ୟ ଦିନ, ୧୦ଟି ସେସନ ଉପରେ ହେବ ଆଲୋଚନା

Published By : Prameya-News7 Bureau | January 29, 2025 IST

ଭୁବନେଶ୍ୱର ୨୯।୦୧ : ଉତ୍କର୍ଷ ଓଡିଶାର ଆଜି ୨ୟ ଦିନ । ବୁଧବାର ହେବାକୁ ଥିବା ଅଧିବେଶନରେ ମୋଟ ୧୦ଟି ସେସନ ରହିଛି । ଯେଉଁଥିରେ ମହିଳା ଉଦ୍ୟୋଗୀ ଉପରେ ସ୍ୱତନ୍ତ୍ର ସେସନ ରହିଛି । ଏପିରିକି ‘ସୁଭଦ୍ରା’ ମୁଦ୍ରାକୁ ନେଇ ଏକ ପୂର୍ଣ୍ଣାଙ୍ଗ ଅଧିବେଶନ ରହିଛି । ସ୍କିଲ ଇଲ୍‌ ହେଲ୍‌ଥ ସେକ୍ଟର ଉପରେ ଆଲୋଚନା ମଧ୍ୟ ରହିଛି । ଫାର୍ମା ସେକ୍ଟରରେ ନିବେଶ ସୁଯୋଗ ଉପରେ ମଧ୍ୟ ଆଲୋଚନା କରାଯିବ। 

ଆସନ୍ତୁ, ଓଡ଼ିଶାରେ ନିବେଶ କରନ୍ତୁ, ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ସହ ଓଡ଼ିଶା ସରକାର ୫୪ଟି MOU ସ୍ବାକ୍ଷରିତ କରିଛନ୍ତି। ଆଉ କିଛି କମ୍ପାନୀ ସହ MOU ପାଇଁ ଚାଲିଛି ପ୍ରସ୍ତୁତି। କେନ୍ଦୁଝରରେ ଇସ୍ପାତ ଶିଳ୍ପ ପାଇଁ JSW ସହ ରାଜ୍ୟ ସରକାରଙ୍କ ଏମଓୟୁ ହୋଇଛି। ଏଥିପାଇଁ ୩୫ ହଜାର କୋଟିର ପୁଞ୍ଜି ନିବେଶ କରିବ କମ୍ପାନୀ। ସେହିପରି JSPL, ଆଦାନି ଗ୍ରୁପ, JSW ଷ୍ଟିଲ, ବେଦାନ୍ତ ଆଦି କମ୍ପାନୀ ନିଜ କମ୍ପାନୀର ସମ୍ପ୍ରସାରଣ ପାଇଁ ଘୋଷଣା କରିଛନ୍ତି। ପ୍ରାୟ ୮୦ଟି କମ୍ପାନୀ ସହ MOU ହେବ ବୋଲି କହିଛନ୍ତି ଶିଳ୍ପ ସଚିବ। ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ରାଜ୍ୟକୁ ଆଣିବାକୁ ଲକ୍ଷ୍ୟ ରହିଛି।

‘ଛାବା’ରେ ଭିକିଙ୍କ ଡ୍ୟାନ୍ସକୁ ନେଇ ବିବାଦ, ବିରୋଧ ପରେ ହଟିବ ବିବାଦିତ ଡ୍ୟାନ୍ସ ସିନ୍

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.