ନିପାତ ହେବ ଆତଙ୍କୀଙ୍କ ଆଡ୍ଡା, ପୁଲଓ୍ୱାମାରେ ଦୁଇ ଲସ୍କର କମାଣ୍ଡରଙ୍କ ଘର ଧ୍ୱସ୍ତ କଲା ସେନା

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ ୨୬/୦୪: ଜମ୍ମୁ କାଶ୍ମୀରର ପହଲଗାମରେ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ସେନା । ଗଳି କନ୍ଦିରେ ସେନା ବାହିନୀ ଚଳାଇଛି କମ୍ୱିଂ । ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘରଗୁଡ଼ିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି ଭାରତୀୟ ସୁରକ୍ଷା ବାହିନୀ । 

ମାଟିରେ ମିଶିବାରେ ଲାଗୁଛି ଗୋଟିଏ ପରେ ଗୋଟିଏ ଆତଙ୍କୀର ଘର । କାଶ୍ମୀର ଉପତ୍ୟକା ଭିତରେ ଆଉ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା । ଜୁନ୍ ୨୦୨୩ ଠାରୁ ସକ୍ରିୟ ଲସ୍କର କ୍ୟାଡର ଏହସାନ ଅହମ୍ମଦ ଶେଖର ଦୁଇ ମହଲା ବିଶିଷ୍ଟ ଘରକୁ ସୁରକ୍ଷା ବାହିନୀ ଆଇଇଡି ବ୍ଲାଷ୍ଟ କରି କରି ଉଡ଼ାଇ ଦେଇଛନ୍ତି। ସେ ପୁଲୱାମାର ମୁରାନର ବାସିନ୍ଦା । 

ସେହିପରି ଦୁଇ ବର୍ଷ ପୂର୍ବେ ଲସ୍କରରେ ଯୋଗ ଦେଇଥିବା ଶାହିଦ ଅହମ୍ମଦର ଘରକୁ ଶୋପିଆନର ଛୋଟିପୋରା ଅଞ୍ଚଳରେ ବିସ୍ଫୋରଣ କରି ଉଡାଇଦିଆଯାଇଛି । ପହଲଗାମ ଆକ୍ରମଣ ପରେ, ଏପର୍ଯ୍ୟନ୍ତ ମୋଟ ପାଞ୍ଚଟି ଆତଙ୍କବାଦୀ ଘର ଭାଙ୍ଗି ଦିଆଗଲାଣି । ଏହା ବ୍ୟତୀତ, 


ଶୁକ୍ରବାର ରାତିରେ ୨୦୨୩ ମସିହାରେ ଲସ୍କରରେ ଯୋଗ ଦେଇଥିବା ଜାକିର ଘନିଙ୍କ ତୃତୀୟ ଘରକୁ ସୁରକ୍ଷା ବାହିନୀ ଦ୍ୱାରା କୁଲଗାମର କ୍ୱିମୋହରେ ଭାଙ୍ଗି ଦିଆଯାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସକ୍ରିୟ ଲସ୍କର କ୍ୟାଡର ଆତଙ୍କବାଦୀଙ୍କ ମୋଟ ୫ଟି ଘର ଉଡ଼ାଇ ଦିଆଯାଇଛି। 

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.