ବାଲିଯାତ୍ରା ୨୦୨୫
LIVE TV

ନୂଆପଡ଼ା ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ

NEWS7
unnatural-mrutyu-of-8th-class-sdtudent-the-idea-of-hundreds-of-villagers-in-front-of-the-police-station

ନୂଆପଡ଼ା ୧୪/୧୧: ଜୟ ଢୋଲକିଆ ଆଗୁଆ । ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୭୪୧୩ ଭୋଟ୍‌ରେ ଆଗୁଆ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଢ଼ୋଲକିଆଙ୍କୁ ୧୦୪୩୬ ଭୋଟ୍ । ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୩୦୨୩ ଭୋଟ୍ । କଂଗ୍ରେସର ଘାସିରାମ ମାଝୀଙ୍କୁ ୨୨୩୪ ଭୋଟ୍ । 

ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍‌ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ଆରମ୍ଭ ହୋଇଯାଇଛି ଭୋଟ ଗଣତି । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି ।

ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।