ଗୁରୁବାର ପୁଟିନଙ୍କ ବିମାନ ଉପରେ ଥିଲା ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଲୋକ କରୁଥିଲେ ଟ୍ରାକ୍

NEWS7
union-minister-nitin-gadkari-to-visit-odisha-on-17th-april

ନୂଆଦିଲ୍ଲୀ ୪।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିମାନ ଉପରେ ଗୁରୁବାର ସାରା ବିଶ୍ୱର ନଜର ଥିଲା। ଏଣୁ ଡିସେମ୍ବର ୪ତାରିଖରେ ପୁଟିନଙ୍କ ବିମାନ ବିଶ୍ୱରେ ସବୁଠୁ ଅଧିକ ଟ୍ରାକ୍ କରାଯାଇଥିବା ବିମାନ ପାଲଟିଛି। ଏହାକୁ ଏକ ସମୟରେ ଏକକାଳୀନ ୪୯ ହଜାରରୁ ଊର୍ଦ୍ଧ୍ୱ ଲୋକ ଟ୍ରାକ୍ କରିଛନ୍ତି।ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ‘ଫ୍ଲାଇଟ ରାଇଡର ୨୪’ ସୂଚନା ଅନୁସାରେ ଆମ ସାଇଟରେ ସବୁଠୁ ଅଧିକ ଟ୍ରାକ ହୋଇଥିବା ସେହି ବିମାନଟି ଥିଲା ଯାହା ଭାରତ ଯାଉଥିବା ଋଷିଆର ସରକାରୀ ବିମାନ ବୋଲି କହିଛି। ପୁଟିନଙ୍କ ବିମାନ ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ପାଲାମ ଏୟାରଫୋର୍ସ ଷ୍ଟେସନରେ ଲ୍ୟାଣ୍ଡିଂ କରିଛି।

ଫ୍ଲାଇଟ୍ ଡାଟାରେ ମସ୍କୋରୁ ଦିଲ୍ଲୀ ଯାଉଥିବା ୨ଟି ସରକାରୀ ବିମାନ ଦେଖାଯାଇଥିଲେ। ଏଥିରୁ ଗୋଟିଏ ବିମାନ ତାର ଟ୍ରାନ୍ସପୋଣ୍ଡରକୁ କେବେ ବନ୍ଦ ତ କେବେ ଚାଲୁ ରଖୁଥିଲା। ଅନ୍ୟଟି ସେହି ଅନୁସାରେ ନିଜର ଟ୍ରାନ୍ସପୋଣ୍ଡରକୁ ଅନଅଫ କରୁଥିଲା। ସୁରକ୍ଷା ବ୍ୟବସ୍ଥାର ଏହା ସାଧାରଣ ଉପାୟ କାରଣ ଏହା ଦ୍ୱାରା କେଉଁଟି ରାଷ୍ଟ୍ରପତିଙ୍କ ବିମାନ ତାହା ଅଚାନକ ଜଣାପଡିବ ନାହିଁ। ଟ୍ରାନ୍ସପୋଣ୍ଡର ବିମାନର ଏକ ଏପରି ଉପକରଣ ଯାହା ବିମାନର ଲୋକେସନ ଓ ଅନ୍ୟ ଜରୁରି ସୂଚନା ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ପଠାଇଥାଏ।

ପୁଟିନଙ୍କ ବିମାନ ଆରଏସଡି ୩୬୯ ମସ୍କୋରୁ ଉଡାଣ କରିଥିଲା। ଭାରତୀୟ ଏୟାରସ୍ପେସରେ ପ୍ରବେଶ କରିବା ପୂର୍ବରୁ ଏହା କାଜାକିସ୍ତାନ, ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଓ ପାକିସ୍ତାନ ଏୟାରସ୍ପେସ୍ ଦେଇ ଆସିଛି। ପାକିସ୍ତାନର ପଞ୍ଜାବ ଦେଇ ଏହା ରାଜସ୍ଥାନରେ ଭାରତକୁ ପ୍ରବେଶ କରିଛି। ପୁଟିନଙ୍କୁ ସାରା ବିଶ୍ୱରେ ସୁରକ୍ଷିତ ନେତା ମନେ କରାଯାଏ। ଏଣୁ ଯାତ୍ରା କାଳରେ ସାଙ୍ଗରେ ୨ଟି ବଡ଼ ଜିନିଷ ରଖିଥାନ୍ତି। ଏଥିରେ ତାଙ୍କର ବୁଲେଟ ପ୍ରୁଫ ଲଗଜୁରି କାର ଅରସ ସେନଟ ଓ ତାଙ୍କର ସ୍ୱତନ୍ତ୍ର ରାଷ୍ଟ୍ରପତି ବିମାନ ଲ୍ୟୁସିନ ଆଇଏଲ-୯୬-୩୦୦ ପିୟୁ, ଯାହାକୁ ଫ୍ଲାଇଂ କ୍ରେମଲିନ କୁହାଯାଏ। ଏହି ବିମାନ ଲ୍ୟୁସିନ ଆଇଏଲ-୯୬-୩୦୦ ପିୟୁ ବିମାନର ଉନ୍ନତ ସଂସ୍କରଣ। ଯାହାକୁ ଖାସ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ଓ କମାଣ୍ଡ ଆବଶ୍ୟକତା ଅନୁସାରେ ନିର୍ମାଣ କରାଯାଇଛି।

ଆଇଏଲ-୯୬-୩୦୦ ମଡେଲକୁ ଋଷିଆର ଲ୍ୟୁସିନ ଡିଜାଇନ ବ୍ୟୁରୋ ୧୯୮୦ ଦଶକରେ ବିକଶିତ କରିଥିଲା। ଏହି ବିମାନ ୨୮ ସେପ୍ଟେମ୍ବର ୧୯୮୮ରେ ଏହାର ପ୍ରଥମ ଉଡାଣ କରିଥିଲା ଓ ୧୯୯୦ ପ୍ରାରମ୍ଭରେ ସେବାରେ ଯୋଗ ଦେଇଥିଲା। ରାଷ୍ଟ୍ରପତିଙ୍କ ଖାସ ମଡେଲ ପ୍ରେସିଡେଣ୍ଟ ୟୁନିଟ୍ (ପିୟୁ) ରେ ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀ ଲାଗିଛି। ଏଥିରେ ମିଜାଇଲ ଡିଫେନ୍ସ ସିଷ୍ଟମରୁ ଆରମ୍ଭ କରି ସୁରକ୍ଷିତ କମ୍ୟୁନିକେସନ ରୁମ, ସାଟେଲାଇଟ୍ ଲିଂକ ଓ ଏସି ଟେକ୍ନୋଲଜି ରହିଛି। ଆବଶ୍ୟକତା ପଡିଲେ ଏହା ଉଡାଣ କାଳରେ ମଧ୍ୟ କମାଣ୍ଡ କଣ୍ଟ୍ରୋଲର ରୁମରେ ପରିଣତ ହୋଇ ପାରିବ। ଏହି କାରଣରୁ ଏହାକୁ ଫ୍ଲାଇଂ କ୍ରେମଲିନ କୁହାଯାଏ।