ଗଣପର୍ବ ‘ନୂଆଁଖାଇ-୨୦୨୫’ର ଶୁଭେଚ୍ଛା ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ୱର/ସମ୍ବଲପୁର: ‘ନୂଆଁଖାଇ-୨୦୨୫’ର ଶୁଭେଚ୍ଛା ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ। ଚାଷୀ ଓ ଚାଷୀର ଉନ୍ନତି, ସମସ୍ତଙ୍କର ଖାଦ୍ୟ ସୁରକ୍ଷା, ବନ୍ଧୁମିଳନ ତଥା ଗୁରୁଜନଙ୍କୁ  ସମ୍ମାନ ଜଣାଇବା ନୂଆଁଖାଇ ପର୍ବର ଅନନ୍ୟ ବିଶେଷତ୍ୱ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ପାଇଁ ସବୁଆଡେ ଏବେ ଖୁସି ଓ ଆନନ୍ଦର ବାତାବରଣ ତିଆରି ହୋଇଛି । ଏହି ସମୟରେ ଚାଷ ଖେତରେ ଧାନ ହୁଏ, ଯାହା ସମସ୍ତଙ୍କ ମନରେ ଖୁସି ଭରିଦିଏ । ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଏବଂ ମିଠା କଥା କୁହେ । ତା’ ସହ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ଉଜାଗର କରେ । ନୂଆଁଖାଇ କେବଳ ନବାନ୍ନ ସେବନର ପର୍ବ ନୁହେଁ, ଏହା ମଧ୍ୟ ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ସେଥିପାଇଁ ଆମର ନୂଆଁଖାଇ ହେଉଛି ମହାନ ଓ ଅନନ୍ୟ । ମା’ ସମଲେଇଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସ ଓ ସମୃଦ୍ଧି ଆଣିଥାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି । 

ଆସନ୍ତାକାଲି ନୂଆଁଖାଇ ଉପଲକ୍ଷେ ଶ୍ରୀ ପ୍ରଧାନ ପ୍ରଥମେ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ମା’ସମଲେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ ସେବନ କରିବେ । ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡାରେ ଚିତ୍ରୋଟ୍ଟପାଲା ଯୁବକ ସଂଘ ଏବଂ ମା’ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ ପୃଥକ ନୂଆଁଖାଇ ଭେଟଘାଟ -୨୦୨୫ରେ ଯୋଗଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.