LIVE TV

ଘରେ ଶୋଇଥିଲେ ଦମ୍ପତ୍ତି, ସ୍ବାମୀଙ୍କୁ ହାଣିଦେଇ ଚାଲିଗଲେ ଦୁର୍ବୃତ୍ତ

NEWS7
Anandapur

ଆନନ୍ଦପୁର ୨୧୯: ଘରେ ପଶି ହାଣିଦେଲେ ଦୁର୍ବୃତ୍ତ । ସ୍ବାମୀ-ସ୍ତ୍ରୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ବାମୀଙ୍କୁ ହାଣି ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଜଗବନ୍ଧୁ ଦେଓଗାମ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦୁରିଆ ଗାଁର ଜଗବନ୍ଦୁ ଦେଓଗାମ ନିଜ ସ୍ତ୍ରୀଙ୍କ ସହ ଘରେ ଶୋଇଥିଲେ । ପାଖାପାଖା ରାତି ୧୨ଟା ୩୦ମିନିଟ୍ ସମୟରେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ଜଙ୍ଘକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲା । ତେବେ ଅନ୍ଧାର ରାତି ଆକ୍ରମଣକାରୀ ଯୁବକକୁ ଚିହ୍ନି ପାରିନଥିଲେ ପରିବାର ଲୋକେ । ସଙ୍ଗେ ସଙ୍ଗେ ଏକ ଗାଡିକରି ଜଗବନ୍ଧୁଙ୍କୁ ମେଡିକାଲ ପହଞ୍ଚାଇଥିଲେ ପରିବାର ଲୋକ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଙ୍ଘରେ ହଣାଯାଇଥିବାରୁ ପ୍ରବଳ ରକ୍ତସ୍ରାବ ଘଟି ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ପୂର୍ବରୁ କୌଣସି କାରଣକୁ ନେଇ ବାପାଙ୍କ ସହ ତାଙ୍କର ଜଣେ ପୁତୁରାଙ୍କ ଝଗଡା ହୋଇଥିବାରୁ ହତ୍ୟାକାଣ୍ଡରେ ତାର ହାତ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଝିଅ ପୁଜାରାଣୀ । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାରିକୁ ଧରିପାରି ନାହିଁ ।