ମ୍ୟାଚ୍‌ ଖେଳିବା ପୂର୍ବରୁ ଫ୍ଲପ୍‌ ଫିଲ୍ମ ଦେଖନ୍ତି ବିରାଟ, ନିର୍ମାତା ପ୍ରିୟଦର୍ଶନଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

NEWS7
uncle-dies-in-nephews-attack-the-incident-happened-in-kantabanji

ମୁମ୍ବାଇ ୧୪।୦୩ : ମ୍ୟାଚ୍ ଖେଳିବା ପୂର୍ବରୁ କିଙ୍ଗ୍ କୋହଲୀ ଦେଖନ୍ତି ଫିଲ୍ମ । କଥାଟା ବିଶ୍ବାସ ନ ହେଉଥିଲେ ବି ସତ । ସେ ଏହାକୁ ନେଇ କାହାକୁ କିଛି କହିନାହାନ୍ତି । ମାତ୍ର ସେ ଯେଉଁ ଫିଲ୍ମ ଦେଖନ୍ତି ତା’ର ନିର୍ଦ୍ଦେଶକ ଏହି ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି, ବିରାଟ ମୋ ଫିଲ୍ମ ଦେଖନ୍ତି । ହେଲେ ସେ ଏହି ବିଷୟରେ କେଉଁଠି ବି କହିନାହାନ୍ତି। ଆସନ୍ତୁ ଜାଣିବା ଏହି ଘଟଣା ପଛରେ କ’ଣ ଲୁଚି ରହିଛି ରହସ୍ୟ ।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତେବେଳେ ବି କମେଡ଼ି ଫିଲ୍ମର ନାଁ ନିଆଯାଏ ତ ପ୍ରତ୍ୟେକଙ୍କ ମନରେ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନାଁ ଆସିଥାଏ । ତାଙ୍କ ଭଳି କମେଡ଼ି ଫିଲ୍ମ ବହୁତ କମ୍ ଲୋକ ହିଁ ନିର୍ମାଣ କରିପାରିଥାନ୍ତି । ସେ ଏବେ ପର୍ଯ୍ୟନ୍ତ ଫିଲ୍ମ ମେକିଂ କ୍ୟାରିୟରରେ ବହୁ ଭଲ ଫିଲ୍ମ ନିର୍ମାଣ କରିଛନ୍ତି । ତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପୁରୁଣା ଫିଲ୍ମକୁ ବି ଦର୍ଶକ ଆଜି ଦେଖିବାକୁ ବହୁ ପସନ୍ଦ କରିଥାନ୍ତି । ପ୍ରିୟଦର୍ଶନ ନିକଟରେ ଏକ ସାକ୍ଷାତକାରରେ କେତେକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ସତ କହୁଛି ଏବେ ମୋତେ ଗମ୍ଭୀର ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ ଆସିଥାଏ । ଏବେ ମୋତେ କେମଡ଼ି ଫିଲ୍ମ ନିର୍ମାଣ କରିବାକୁ ଭଲ ଲାଗୁନାହିଁ, ଏବେ ତ ମୁଁ ବାଧ୍ୟରେ ନିର୍ମାଣ କରୁଛି । ମୋତେ ଲାଗୁଛି କି ମୋ ପାଖରେ ଏବେ ନୂଆ ଆଇଡିଆ ନାହିଁ । ମୁଁ ଏବେ ଶେଷ ହୋଇସାରିଛି । ମୁଁ ତାହାକୁ ଦୋହରାଇବାକୁ ଚାହୁଁନାହିଁ ଯାହା ମୁଁ ପୂର୍ବରୁ କରିଛି । ମୁଁ ଖାଲି ଆଉ ଏକ କମେଡ଼ି ଫିଲ୍ମ ନିର୍ମାଣ କରିବି । ସେ ଆହୁରି ମଧ୍ୟ କହିଥିଲେ କି ୨୦୦୭ରେ ରିଲିଜ ହୋଇଥିବା ଢୋଲ ଏବଂ ୨୦୧୦ରେ ରିଲିଜ ହୋଇଥିବା ଖଟ୍ଟା ମିଠା ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଥିଲା ।

ସେ କହିଛନ୍ତି କି ଏହାର ପ୍ରଭାବ ତାଙ୍କ ଉପରେ ଇମୋଶନାଲ ଭାବେ ପଡ଼ିଥାଏ । ସେ ଖୁସି ଅଛନ୍ତି କାରଣ ଓଟିଟି ଷ୍ଟ୍ରିମିଂ ପରେ ଏହି ଫିଲ୍ମକୁ ଏହାର ଦର୍ଶକ ମିଳିଯାଇଛନ୍ତି । ପ୍ରିୟଦର୍ଶନ କହିଛନ୍ତି କି ତାଙ୍କୁ ତାଙ୍କର ଏହି ଦୁଇଟି ଫିଲ୍ମ ବହୁ ପସନ୍ଦ ଥିଲା । ତାଙ୍କୁ ଲାଗୁଥିଲା କି ବକ୍ସ ଅଫିସରେ ଏହି ଫିଲ୍ମ ଧମାଲ୍ କରିବ । କିନ୍ତୁ ଏଭଳି ହେଲା ନାହିଁ । ଏବେ ମୋତେ ଖୁସି ଲାଗୁଛି କି ଯେତେବେଳେ ମୁଁ ଦେଖୁଥାଏ କି ବିରାଟ କୋହଲୀ ଏବଂ ଅନ୍ୟ ଲୋକେ କହିଥାନ୍ତି କି ସେ ନିଜ କ୍ରିକେଟ ମ୍ୟାଚ୍ ପୂର୍ବରୁ ରିଲାକ୍ସ ହେବା ଲାଗି ଢୋଲ ଫିଲ୍ମ ଦେଖିଥାନ୍ତି । ଖାଲି ଏତିକି ନୁହେଁ ବରଂ ସେ ଫିଲ୍ମର ଡାଇଲଗ୍ ବି ମନେ ପକାଇଥାନ୍ତି । ମାତ୍ର ବିରାଟ କୋହଲୀ ତ ଏହି ବିଷୟରେ କିଛି କହିନାହନ୍ତି ବାହାରେ । କିନ୍ତୁ ଉଭୟେ ଏକାସାଥିରେ କାମ କରିସାରିଛନ୍ତି । ପ୍ରକାଶ ଯେ, ପ୍ରିୟଦର୍ଶନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଲାଗି ଏକ ଆଡ଼୍ ନିର୍ଦ୍ଦେଶନା ଦେଇଥିଲେ । ସେଥିରେ ବିରାଟ କୋହଲୀ, ଶେନ ଓ୍ବାଟସନ ଏବଂ କ୍ରିସ ଗେଲ୍ ନଜର ଆସିଥିଲେ । ଏହି ସମୟରେ ପ୍ରିୟଦର୍ଶନଙ୍କୁ ବିରାଟ କୋହଲୀଙ୍କ ଆକ୍ଟିଂ ବହୁ ପସନ୍ଦ ଆସିଥିଲା ।

Also read-ତନୁଶ୍ରୀ ଦତ୍ତା ପୁଣି ବିବାଦୀୟ କଥା, କହିଲେ- ନୂଆ ଅଭିନେତ୍ରୀଙ୍କୁ ଦେହ ବ୍ୟବସାୟ ପାଇଁ କରାଯାଉଛି ବାଧ୍ୟ…