ନେତାନ୍ୟାହୁଙ୍କୁ ଝଟକା, ମେଣ୍ଟ ସରକାରରୁ ସମର୍ଥନ ଫେରାଇଲା ୟୁନାଇଟେଡ ତୋରା ଜୁଡାଇଜିମ୍

Published By : Prameya-News7 Bureau | July 15, 2025 IST

ନୂଆଦିଲ୍ଲୀ: ଗାଜା ଯୁଦ୍ଧ ଏବଂ ଇରାନ ସହ ତିକ୍ତତା ଭିତରେ ଇସ୍ରାଏଲ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ପରିବର୍ତ୍ତନ। ଟଳମଳ ସ୍ଥିତିରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଶାସନ ଗାଦି । କାରଣ ନେତାନ୍ୟାହୁଙ୍କ ମେଣ୍ଟ ସରକାରର ଏକ ସହଯୋଗୀ ଦଳ ୟୁନାଇଟେଡ ତୋରା ଜୁଡାଇଜିମ୍ (UTJ), ମେଣ୍ଟରୁ ଅଲଗା ହୋଇଛି। ଯାହା ନେତାନ୍ୟାହୁଙ୍କ ୬୪ ସଦସ୍ୟ ବିଶିଷ୍ଟ ମେଣ୍ଟକୁ ଅସ୍ଥିର କରିଛି। ୟୁଟିଜେ ଏହି ନିଷ୍ପତ୍ତି ଯୋଶିବା ଛାତ୍ରଙ୍କୁ ସେନାରେ ବାଧ୍ୟତାମୂଳକ ସେବାରୁ ବାଦ୍‌ ଦେବା ପାଇଁ ଏକ ବିଲ୍‌ ପାସ୍ କରିବାରେ ସରକାରଙ୍କ ବିଫଳତା ହେତୁ ନେଇଛି। 

ଇସ୍ରାଏଲ ସଂସଦରେ ୧୨୦ ସିଟ୍ ରହିଛି। ଏଠାରେ ବହୁମତ ପାଇଁ ୬୧ ସିଟ୍ ଆବଶ୍ୟକତା ପଡ଼ିଥାଏ। ତେଣୁ ବିଭିନ୍ନ ଦଳଙ୍କ ସମର୍ଥନରେ ନେତାନ୍ୟାହୁ ଏଠାରେ ମେଣ୍ଟ ସରକାର ଗଠନ କରିଛନ୍ତି। ମେଣ୍ଟରେ ନେତାନ୍ୟାହୁଙ୍କ ପାଖରେ ୬୪ ସଦସ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ୟୁଟିଜେ ସମର୍ଥନ ଫେରାଇବା ପରେ ଏହି ସଂଖ୍ୟା ୫୭କୁ ଖସି ଆସିଛି। ଅବଶ୍ୟ ଏବେବି ମେଣ୍ଟ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି। ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ, ମେଣ୍ଟର ଅନ୍ୟ ସହଯୋଗ ମଧ୍ୟ ଏଭଳି କରିବେ କି ନାହିଁ। ଯଦି Shas ମଧ୍ୟ ଏଭଳି ପଦକ୍ଷେପ ନେଉଛନ୍ତି ତେବେ ନେତାନ୍ୟାହୁଙ୍କ ସରକାର ପତନ ହୋଇପାରେ। କାରଣ ତାଙ୍କ ପାଖରେ ୧୧ ଜଣ ସାଂସଦ ଅଛନ୍ତି। 

ପ୍ରକୃତରେ ଗାଜାରେ ଜାରି ଯୁଦ୍ଧ ପରଠାରୁ ଇସ୍ରାଏଲ ସରକାର ସେନାକୁ ଆହୁରି ମଜଭୁତ କରିବା ପାଇଁ ଦେଶର ସବୁ ନାଗରିକଙ୍କୁ ସେନା ଟ୍ରେନିଂ ଏବଂ କିଛି ବର୍ଷ ପାଇଁ ସେନାରେ କାମ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ଆଇନରେ ଯୋଶିଭା ଛାତ୍ରଙ୍କୁ ମଧ୍ୟ ରଖାଯାଇଛି। କିନ୍ତୁ ଯୋଶିଭା ଛାତ୍ର ସେହି ଛାତ୍ର, ଯେଉଁମାନେ ଦୁନିଆରେ କାମରୁ ଦୂରରେ ରହିଛି ଧର୍ମ ବିଷୟରେ ଅଧ୍ୟୟନ କରିଥାନ୍ତି। ୨୦୨୨ରେ ଏନେଇ ଏକ ବିଲ୍‌ ମଧ୍ୟ ପାସ୍ ହୋଇଥିଲା। ଯେଉଁଥିରେ ଯୋଶିବା ଛାତ୍ରଙ୍କୁ ସେନାରେ ସେବାରୁ ବାଦ ଦିଆଯିବା କଥା ଉଲ୍ଲେଖ ରହିଥିଲା। ମାତ୍ର ୨୦୨୪ରେ ଇସ୍ରାଏଲ ସୁପ୍ରିମକୋର୍ଟ ଏହି ଛାଡ଼କୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଫଳରେ ଯୋଶିବା ଛାତ୍ରଙ୍କୁ ମଧ୍ୟ ଯୁଦ୍ଧରେ ସାମିଲ ହେବା କଥା କୁହାଯାଉଥିଲା। ଏମିତିରେ ଜେଟିୟୁ ପକ୍ଷରୁ ଏ ପ୍ରସଙ୍ଗରେ ନୂଆ ବିଲ୍ ଆଣିବାକୁ ଦାବି କରାଯାଉଥିଲା। ହେଲେ ମେଣ୍ଟ ଭିତରେ ମତଭେଦ ଓ ବିରୋଧୀଦଳଙ୍କ ବିରୋଧ ହେତୁ ଏହି ବିଲ ପାସ୍ ହୋଇପାରିନଥିଲା। ଫଳରେ UTJ ମେଣ୍ଟ ସରକାରକୁ ଓହରିବାକୁ ନିଷ୍ପତ୍ତି ନେଇଛି।

ସେପଟେ UTJର ଇସ୍ତଫା ନେତାନ୍ୟାହୁଙ୍କୁ ଅନ୍ୟ ଦଳମାନଙ୍କ ସହ ନୂତନ ମେଣ୍ଟ ଗଠନ କରିବାକୁ ବାଧ୍ୟ କରିପାରେ କିମ୍ବା ଦେଶରେ ପୁଣିଥରେ ନିର୍ବାଚନ କରେଇକୁ ବାଧ୍ୟ କରିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଇସ୍ରାଏଲର ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିଛି, ଯେଉଁଠାରେ ଧାର୍ମିକ ଓ ଧର୍ମନିରପେକ୍ଷ ଗୋଷ୍ଠୀ ମନୋଭାବ ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଚାଲିଆସୁଛି।

ଦେଖିବାକୁ ଗଲେ ନେତାନ୍ୟାହୁ ବର୍ତ୍ତମାନ ମଧ୍ୟ ସଂଖ୍ୟା ଗରିଷ୍ଠତା ସହ ସରକାରର ମଙ୍ଗ ସମ୍ଭାଳୁଛନ୍ତି। ତେବେ UTJର ଇସ୍ତପା ପରେ ସେ ନିଜ ସଂଖ୍ୟାଗରିଷ୍ଠତା ହରାଇଦେଇଛନ୍ତି। ଏହାର ମାନେ ତତ୍କାଳିନ ପ୍ରଭାବରେ ଆଉଥରେ ନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ। ତେବେ ଆଗକୁ ଯଦି ପରିସ୍ଥିତି ଖରାପ ହୁଏ ତେବେ ପୁଣିଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତି ଆଗାମୀ ନିର୍ବାଚନରେ ନେତାନ୍ୟାହୁଙ୍କ ଉପରେ କିଭଳି ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.