ସମ୍ୱଲପୁର ୧୬/୦୭: ସ୍କୁଲ ଯାଇ ପାଠ ପଢାଇଲେ ବିଧାୟକ । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ପାଠ ପଢାଇଛନ୍ତି । ପାଠପଢାର ମାନ ପରୀକ୍ଷା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଏହା ସହ ବିଦ୍ୟାଳୟର ସ୍ୱଚ୍ଛତା, ଶିକ୍ଷକଙ୍କ ଉପସ୍ଥାନ ମଧ୍ୟ ଯାଞ୍ଚ କରିଛନ୍ତି । ସେପଟେ ବିଧାୟକ, ସାଂସଦ, ଡିଇଓ, ଜିଲ୍ଲାପାଳଙ୍କ ପରି ଲୋକଙ୍କ ଗସ୍ତ ଶୈକ୍ଷିକ ବାତାବାରଣକୁ ସୁଦୃଢ କରିବା ସହ ସମୟାନୁବର୍ତ୍ତିତା ହେବା ସହ ବ୍ୟବସ୍ଥା ପ୍ରତି ଭୟ ସୃଷ୍ଟି କରାଇବ ।
ସୂଚନା ଥାଉକି, ସକାଳୁ ସକାଳୁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । କେବଳ ପରିଦର୍ଶନ କରିନଥିଲେ ତ ପିଲାଙ୍କୁ ଯାଇ ପାଠ ପଢାଇଥିଲେ । ପରେ ବିଦ୍ୟାଳୟର ପରିଚ୍ଛନ୍ନତାକୁ ବୁଲି ଦେଖିଥିଲେ । ଆହୁରି ବି ଶିକ୍ଷକମାନେ ଠିକ୍ ସମୟରେ ଆସୁଛନ୍ତି କା ନାହିଁ, ଉପସ୍ଥାନ ବି ଯାଞ୍ଚ କରିଥିଲେ ।