LIVE TV

ୟୁକେରେ ବଢ଼ୁଛି ଇସ୍ଲାମୋଫୋବିଆ ଓ ଇହୁଦୀ ବିରୋଧୀ ଘୃଣା: ମସଜିଦ୍‌ ଜାଳି ଦେଲେ ଦୁର୍ବୃତ୍ତ

NEWS7
uk mosque with people inside set ablaze

ଲଣ୍ଡନ: ୟୁକେରେ ଇସଲାମୋଫୋବିକ୍ ଏବଂ ଇହୁଦୀ ବିରୋଧୀ ଘୃଣାର କ୍ରମାଗତ ଘଟଣା ମଧ୍ୟରେ ଏକ ମସ୍‌ଜିଦ୍ ଉପରେ ଆକ୍ରମଣ ହୋଇଛି। ଗତ ଶନିବାର(ଅକ୍ଟୋବର ୪) ଦକ୍ଷିଣ ଉପକୂଳ ସହର ପିସହେଭେନର ବ୍ରିଗଟନ ନିକଟରେ ଥିବା ଏକ ମସ୍‌ଜିଦ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ସମୟ ରାତି ୧୦ ଟା ସମୟରେ ଏଭଳି ଘଟଣା ଘଟିଥିବା ବେଳେ ନିଆଁ ଲାଗିବା ବେଳେ ମସ୍‌ଜିଦ୍‌ରେ ଦୁଇ ଶ୍ରଦ୍ଧାଳୁ ଥିବା ମିଡିଆ ରିପୋର୍ଟରେ ଜଣାପଡ଼ିଛି। ଏହା ପୂର୍ବରୁ ମାଞ୍ଚେଷ୍ଟରରେ ମଧ୍ୟ ଏକ ଆକ୍ରମଣ ହୋଇଥିଲା। ଯେଉଁଠାରେ ଇହୁଦୀ ଧାର୍ମିକ ସ୍ଥଳକୁ କ୍ଷତି ପହଞ୍ଚାଇଥିଲେ ଦୁର୍ବୃତ୍ତ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସିଏଏନର ରିପୋର୍ଟ ଅନୁସାରେ, ମୁହଁ ଘୋଡ଼ାଇ ଆସିଥିବା ଦୁଇ ଦୁର୍ବୃତ୍ତ ମସ୍‌ଜିଦ୍‌ରେ ନିଆଁ ଲଗାଇବା ପୂର୍ବରୁ ଏହାକୁ ପ୍ରଥମେ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ବୋଧହୁଏ ସେମାନେ ଏଥିରେ ବିଫଳ ହୋଇଥିଲା। ଯାହା ଫଳରେ ମସ୍‌ଜିଦ୍‌ରେ ପାହାଚରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଦକ୍ଷିଣ ଉପକୂଳ ସହର ପିସହେଭେନରେ ଘଟିଥିବା ସଦ୍ୟତମ ହିଂସାତ୍ମକ ଘଟଣାର ମୁକାବିଲା ପାଇଁ ଜରୁରୀକାଳୀନ କର୍ମଚାରୀମାନେ କାର୍ଯ୍ୟ କରିଥିଲେ। ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରେ ନିଆଁ ଲିଭାଇଥିଲା। ଘଟଣାରେ କୌଣସି ହତାହତ କିମ୍ବା ଆହତ ହୋଇ ନାହାନ୍ତି।

ବାହାରେ ନିଆଁ ଲାଗିବା ସମୟରେ ମସଜିଦର ଅଧ୍ୟକ୍ଷ ଏବଂ ଜଣେ ସହକର୍ମୀ ଭିତରେ ଚା ପିଉଥିଲେ। ହେଲେ ବାହାରେ ଜୋର୍‌ରେ ହେଉଥିବ ଶବ୍ଦ ଶୁଣି କୋଠା ଛାଡି ପଳାଇ ଯାଇଥିଲେ। ଏହି ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇପାରିଥାନ୍ତା। ମସଜିଦ୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରି କ୍ଷତି ପହଞ୍ଚାଇବାକୁ ଦୃର୍ବୃତ୍ତମାନଙ୍କର ଇଚ୍ଛା ଥିଲା। ସମସ୍ତେ ଡରି କି ରହିଛନ୍ତି। ଏହାପରେ କଣ ହେବ ବୋଲି ସମସ୍ତଙ୍କ ମନରେ ଭୟ ରହିଛି ବୋଲି ମସଜିଦର ମ୍ୟାନେଜର ସିଏନଏନକୁ କହିଛନ୍ତି।

ଏହି ମସ୍‌ଜିଦ୍‌ଟି ଏକ ଛୋଟ ମସଜିଦ ଥିଲା। ପ୍ରତିଦିନ ୧୦-୧୫ ଲୋକ ଏଠାକୁ ଆସି ନିଜର ଆରାଧନା କରନ୍ତି। ସେଦିନର ପ୍ରାର୍ଥନା ପରେ ଏହାର ଚେୟାରମ୍ୟାନେ ଆଉ ଜଣେ ସ୍ୱେଚ୍ଛାସେବୀଙ୍କ ସହିତ ମସ୍‌ଜିଦ୍‌ରେ ରହିଯାଇଥିଲେ। ମସ୍‌ଜିଦ୍‌ ଖୁବ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ରହି ବି ଆକ୍ରମଣ ହେବା ବ୍ରିଟେନ୍‌ ମୁସ୍ଲିମଙ୍କୁ ଚିନ୍ତାରେ ପକାଇଛି।  

ସୂଚନା ଥାଉକି ଗୁରୁବାର(ଅକ୍ଟୋବର-୨) ଦିନ ଯିହୁଦୀ ଧର୍ମର ସବୁଠାରୁ ପବିତ୍ର ଦିନ ୟୋମ୍ କିପ୍ପୁରରେ ଉତ୍ତର ମାଞ୍ଚେଷ୍ଟରର ଏକ ଇହୂଦୀ ଧର୍ମାଗାର ବାହାରେ ଏକ କାର ଧକ୍କା ଏବଂ ଛୁରୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।।। ଏବଂ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ।