ଦିନ ତାତିଲାଣି, ରାତିରେ ହାଲୁକା ଥଣ୍ଡା : ୪ରୁ ୫ ଦିନ ପାଣିପାଗରେ ନାହିଁ ବିଶେଷ ପରିବର୍ତ୍ତନ

NEWS7
ujjain-doctor-and-nurse-kissing-in-operation-theater-video-viral-on-social-media

ଭୁବନେଶ୍ୱର ୨୧।୦୧ : ଦିନ ତାତିଲାଣି, ରାତିରେ ହାଲୁକା ଥଣ୍ଡା। ୧୯ଟି ସ୍ଥାନରେ ୩୦ ଡିଗ୍ରୀ ପାର୍ କଲା ପାରଦ। ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଆସନ୍ତ ୪ରୁ ୫ ଦିନ ପାଇଁ ରାତି ତାପମାତ୍ରରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାରୁ ଦିନରେ ଗରମ ଅନୁଭୂତ ହେଲେ ମଧ୍ୟ ରାତିରେ ହାଲୁକା ଥଣ୍ଡା ରହିବ।

ମଙ୍ଗଳବାର ୧୯ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଛି। ସେଥିରୁ ୮ଟି ସହରରେ ପାରଦ ୩୧ ଡିଗ୍ରୀ ଅତିକ୍ରମ କରିଥିଲା । ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୩୭.୫ ଡିଗ୍ରୀ ସେଲସିଅସ୍, ସମ୍ବଲପୁର ୩୧.୭, ଭୁବନେଶ୍ବର ୩୧.୬, ଭଦ୍ରକ ୩୧.୫, ସୁନ୍ଦରଗଡ଼ ୩୧.୪, ଅନୁଗୋଳ ୩୧.୧, ଟିଟିଲାଗଡ଼ ୩୧, ପାରଳାଖେମୁଣ୍ଡି ୩୧ ଡିଗ୍ରୀ ଥିଲା । ସେପଟେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୩ ରେକର୍ଡ ହୋଇଛି । ସେମିଳିଗୁଡ଼ା ୬.୬, ଫୁଲବାଣୀ ୭.୮, ନବରଙ୍ଗପୁର ୯.୫, ଭବାନୀପାଟଣା ୧୦ ଡିଗ୍ରୀ ଥିଲା ପାରଦ। କଟକ ୧୧.୮ ଓ ଭୁବନେଶ୍ୱର ୧୨.୭ଡିଗ୍ରୀ ରହିଥିଲା ରାତି ତାପମାତ୍ରା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ତାପମାତ୍ରା ଏଭଳି ସ୍ଥିତିରେ ହିଁ ରହିବ । କେତେକ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ।