Live Live
LIVE

LPG ପାଇଁ eKYCର ଚିନ୍ତା ନାହିଁ, ସରକାର ଦେଲେ ବଡ଼ ଆଦେଶ

NEWS7
uae-fatwa-council-recognizes-covid-vaccine

ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମଙ୍ଗଳବାର ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ (eKYC)କୁ ନେଇ ବଡ଼ ଆଦେଶ ଜାରି କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, eKYC କେବଳ ସେହ ଏଲପିଜି ଉପଭୋକ୍ତାଙ୍କ ପାଇଁ ଜରୁରୀ ଯେଉଁମାନେ ଏପର୍ଯ୍ୟନ୍ତ ଅଥେଣ୍ଟିକେସନ ପୂରା କରିନାହାନ୍ତି। ଏହି ନିୟମ ସବୁ ଗ୍ରାହକଙ୍କ ଉପରେ ଲାଗୁ ହେଉ ନାହିଁ।

ପ୍ରକୃତରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ ଏଭଳି ଦାବି କରାଯାଇଥିଲା ଯେ, ସବୁ ଏଲପିଜି ଗ୍ରାହକଙ୍କୁ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ କରିବାକୁ ହେବ। ଯାହାପରେ ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଏହି ସ୍ପଷ୍ଟୀକରଣ ରଖିଛି। କାରଣ ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅନେକ ଲୋକଙ୍କୁ ଅସୁବିଧାରେ ପକାଇପାରେ। ମନ୍ତ୍ରଣାଳୟ କହିଛି ଏହା କୌଣସି ନୂଆ ନିୟମ ନୁହେଁ। ନିକଟରେ କରାଯାଇଥିବା ପୋଷ୍ଟ ଦ୍ବାରା ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ କରିନେବାକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଥଲା। କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଭୁଲ ଭାବ​‌ରେ ଦେଖାଯାଉଛି।

ଏହି ଉପଭୋକ୍ତାଙ୍କ ପାଇଁ eKYC ​​​​​​​ଜରୁରୀ 

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, eKYC କେବଳ ସେହି ଉପଭୋକ୍ତାଙ୍କ ପାଇଁ ଜରୁରୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ପୂରା କରିନାହାନ୍ତି। ଯେଉଁମାନେ ପୂର୍ବରୁ ଅଥେଣ୍ଟିକେସନ କରିସାରିଛନ୍ତି, ସେମାନଙ୍କୁ ପୁଣି eKYC କରିବାର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜାନ (PMUY)ର ଲାଭାର୍ଥୀଙ୍କ ପାଇଁ ଏହି ନିୟମ ସୀମିତ। ମନ୍ତ୍ରଣାଳୟ ଅନୁସା​‌ରେ, PMUY ଉପଭୋକ୍ତାଙ୍କୁ ଏହି ପ୍ରକ୍ରିୟା ବର୍ଷକୁ ଥରେ କରିବାକୁ ପଡ଼ିଥାଏ।

Also Read: India's LPG consumption; ଯୁଦ୍ଧ ଯୋଗୁ କମିଲା ଏଲ୍‌ପିଜି ରନ୍ଧନ ଗ୍ୟାସ୍ ଖର୍ଚ୍ଚ; ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ ଖର୍ଚ୍ଚ ୧୭.୭% ହ୍ରାସ

ତେ​ବେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହା ଯୋଗୁ ଏଲପିଜି ଯୋଗାଣ ଉପରେ କୌଣସି ପ୍ରଭାବ ପଡ଼ିବନି। ଅର୍ଥାତ ସିଲିଣ୍ଡର ଯୋଗାଣରେ କୌଣସି ଅସୁବିଧା ହେବନାହିଁ। ଆଧାର eKYC ଦ୍ବାରା ଏଲପିଜି ସିଷ୍ଟମରେ ପାରଦର୍ଶିତ ଆସିଥାଏ। ଉଚିତ ଲୋକଙ୍କୁ ସବସିଡି ମିଳିଥାଏ। ଫେକ୍ ଗ୍ରାହକଙ୍କୁ ହଟାଯାଇଥାଏ ଏବଂ ସିଲିଣ୍ଡରକୁ ଭୁଲ ଉପାୟରେ ବିକ୍ରି ଉପରେ ରୋକ ଲାଗିଥାଏ।