ଭୁଶୁଡୁଛି ଲାଲ୍‌ଗଡ଼, ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

NEWS7
tyagabhumi-mahostav-start-in-bhadrak

ମାଲକାନଗିରି ୦୪।୦୨ : ମାଲକାନଗିରି ପୋଲିସକୁ ସଫଳତା । ଛତିଶଗଡ଼ ନକ୍ସଲ ସଂଗଠନର ଜଣେ ହାର୍ଡକୋର ମାଓବାଦୀ ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବନ୍ଧୁକ ସହ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏ ଖବରବି ପଢନ୍ତୁ- ବନ୍ଧୁକ ଛାଡ଼ିଲେ ‘ପ୍ରଭୁ’, ମାଓ ସଂଗଠନରୁ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

ସେହିପରି ମାଓ ସଂଗଠନରେ ବ୍ୟବହାର କରୁଥିବା ନିଜର ଆତ୍ୟାଧୁନିକ ଏସ୍ଏଲ୍ଆର ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲ୍ୟାଣ୍ଡମାଇନ୍, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ ଓ ନକ୍ସଲ ପୋଷାକ, ପ୍ରଚାର ପତ୍ର ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଦଲଦଲି ଅଞ୍ଚଳର ଅନେକ ହିଂସାକାଣ୍ଡରେ ଜଡିଲା ଥିଲେ ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡ୍କାମୀ ।କାଙ୍ଗେରଘାଟି ଏରିଆ କମିଟି ସଦସ୍ୟ ଶୁକ୍ରାମ ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଆତ୍ମସର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍ପି ଏହି ସୂଚନା ଦେଇଛନ୍ତି ।

​​​​​​​ଏ ଖବରବି ପଢନ୍ତୁ:- ମଙ୍ଗଳରେ ବିଶାଳ ସମୁଦ୍ର ! ୩୦୦ କୋଟି ବର୍ଷ ତଳେ ବହୁଥିଲା ନଦୀ, ଏବେବି ଥାଇପାରନ୍ତି ଏଲିଅନ୍ସ