ବଲାଙ୍ଗୀର: ଗାଁ ପୂରା ଶୂନଶାନ୍। କେମିତି ହବନି କହିଲେ ଦୁଇ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। କିନ୍ତୁ ଏର ନୀରବତା ସେଥିପାଇଁ ନୁହେଁ।ଏହାର କାରଣ ଭୟ.. ତା ପୁଣି କୁକୁର ପାଇଁ। ଘରୁ ବାହାରିବାକୁ ଲୋକେ ଡରୁଛନ୍ତି। କାହିଁକିନା ଗାଁକୁ ଲାଗିକି ରହିଥିବା ଜଙ୍ଗଲରେ ରହିଛନ୍ତି ୫୦ରୁ ଅଧିକ ଜଙ୍ଗଲୀ କୁକୁର । ସେମାନେ ଗାଁ ରେ ଖେଳାଇଛନ୍ତି ଆତଙ୍କ। ଆଉ ଗୋଟିଏ ଦିନରେ ୧୧ ଟି ଛେଳି , ୨ ଟି ଗାଈ ସହ ୮ ଜଣଙ୍କୁ ଆକ୍ରମଣ କରିଥିଲେ। ୮ ଜଣଙ୍କ ମଧ୍ୟରୁ 17 ଦିନ ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଏବେ ଗାଁରେ ସୃଷ୍ଟି କରିଛି କୋକୁଆ ଭୟ। ଫଳରେ କିଛି ଲୋକ ନିଜ ନିଜର ପୋଷା କୁକୁରଙ୍କୁ ନେଇ ଆଗୁଆ ଭାକସିନ୍ ଦେଇ ଦେଉଛନ୍ତି। ଜଙ୍ଗଲୀ କୁକୁର ଭୟରେ ଗାଁରୁ ଅନ୍ୟତ୍ର ନେଇ ରଖୁଛନ୍ତି... ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ। ପାଗଳା କୁକୁରର ଉନ୍ମତ କାଣ୍ଡ ପାଇଁ ଅକାଳରେ ଚାଲିଗଲା 2 ଜୀବନ।
ମୃତକ ଦୁଇ ଜଣ ହୃଷିକେଶ ରଣା ଓ ଜୋଗେନ୍ଦ୍ର ଛାତ୍ରୀଆ। ଜିଗେନ୍ଦ୍ର ଜଣେ ଅନ୍ତର୍ଜାତିୟ ଖେଳାଳି। ପାରା ଅଲମ୍ପିକ ସହ ରାଜ୍ୟ ଦେଶରେ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି। ହେଲେ ଏବେ ତାଙ୍କର କୁକୁର କାମୁଡ଼ାରେ ହୋଇଛି ମୃତ୍ୟୁ। ଗତ ଜୁଲାଇ ମାସ ୨୩ ତାରିଖରେ। ଜୋଗେନ୍ଦ୍ର ଶୌଚ ହେବାକୁ ଯାଇଥିବା ବେଳେ ପାଗଳ କୁକୁର ତାଙ୍କୁ କାମୁଡି ଥିଲା। ପରେ ଗାଁ ନିକଟରେ ଚାଷ ଜମିକୁ ଯିବା ସମୟରେ ହୃଷିକେଶଙ୍କୁ ମଧ୍ୟ କାମୁଡି ଥିଲା। ଉଭୟଙ୍କୁ ଗ୍ରାମବାସୀ ଓ ପରିବାର ଲୋକ ଉଦ୍ଧାର କରି ବଲାଙ୍ଗୀର ଭିମ ଭୋଇ ମେଡିକାଲରେ ଭର୍ତ୍ତି କରି ଥିଲେ । ସେଠାରୁ ଉଭୟଙ୍କ ସ୍ଥିତି ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ସୋମବାର ଉଭୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପାଇଁ ସମଗ୍ର ଗାଁରେ ଶୋକା କୁଳ ପରିବେଶ ଆଉ ଉଭୟ ପରିବାରକୁ କ୍ଷତି ପୁରଣ ପାଇଁ ଦାବି କରିଛନ୍ତି ପରିବାର ଲୋକ। ଅନ୍ୟପଟେ କୁକୁରଙ୍କୁ ନେଇ ଭୟଭିତ ଅବସ୍ଥାରେ ପୂରା ଗାଁ। କିନ୍ତୁ ଏତେସବୁ ଘଟଣା ପରେ ବି ଜିଲ୍ଲା ପ୍ରଶାସନର ଦେଖା ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଆଣ୍ଟି ରାବିଜ୍ ଭ୍ୟାକସିନ ନେଇଥିଲେ କୁକୁର କାମୁଡାରେ ମୃତ୍ୟୁବରଣର ସମ୍ଭାବନ ନଥିବା କହିଛନ୍ତି ଭିମସାର କମ୍ୟୁନିଟି ମେଡିସିନ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଂଜୀବ ମିଶ୍ର।
ଶିକ୍ଷା ଓ ବିଜ୍ଞାନର ଯୁଗ। ଅଥଚ ଅବିଶ୍ୱାସ, ଅନ୍ଧ ବିଶ୍ୱାସ, ଅସାବଧାନତାରୁ ମୁକୁଳିପାରୁ ନାହାନ୍ତି ଲୋକେ। ଅଯଥା ଆତଙ୍କ, ଅଧିକ ଭୟ, କିମ୍ବା ପରିଣାମ ନେଇ ଚିନ୍ତା କରିବାର ଅଭାବ କୁକୁର କାମୁଡା ସ୍ଥିତିକୁ ଏପରି ଭୟ ଓ ଆତଙ୍କର ବିଷୟ କରିଛି। ସାବଧାନତା, ସତର୍କତା ଏବଂ ତ୍ୱରିତ ଚିକିତ୍ସା ସହ ସମୟାନୁସାରେ ସୁରକ୍ଷା ପଦକ୍ଷେପ ଜରୁରୀ। ଯାହା ଭୟକୁ ଦେକ ଚେକ୍ ଓ ବ୍ରେକ୍।