ନୂଆପଡା ୧୭।୮: ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ା ଖଡ଼ିଆଳ ଲକ୍ଷ୍ମୀ ଛକ କଂସାରୀପଡାରେ ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଲାଟ୍ରିନ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଅଘଟଣ ଘଟିଛି । କଂସାରୀପଡାର ଗୋବିନ୍ଦ ସାହୁଙ୍କ ଘରେ କାମ କରୁଥିଲେ ଦୁଇ ଶ୍ରମିକ । ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଖଡ଼ିଆଳ ଥାନା କୋଟେନମୁଣ୍ଡା ଗ୍ରାମର ରଘୁମାନୀ ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ । ଦୁଇ ମୃତଦେହକୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଜୋର