ଭୋଗରାଇ ୧୪।୦୮ : ଅଶାନ୍ତ ଦୀଘା ସମୁଦ୍ର । ଭାସିଗଲେ ଦୁଇ ପର୍ଯ୍ୟଟକ । ସ୍ଥାନୀୟ ପୋଲିସ ସହାୟତାରେ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଆଉ ଜଣଙ୍କର ଏବେ ଯାଏଁ ମିଳିନି ପତ୍ତା ।
ଖବର ଅନୁଯାୟୀ, ବାଲେଶ୍ୱର ନିକଟରେ ଥିବା ଦୀଘା ସମୁଦ୍ରରେ କିଛି ପର୍ଯ୍ୟଟକ ଗାଧୋଉଥିଲେ।ଏହି ସମୟରେ ହଠାତ୍ ମାଡିଆସିଥିଲା ସମୁଦ୍ର । ଆଉ ଦୁଇ ଜଣ ପର୍ଯ୍ୟଟକଙ୍କୁ ଭସାଇ ନେଇଥିଲା। ଯାହାକୁ ଦେଖି ଘଟଣାସ୍ଥଳରେ ଥିବା ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟର ପରିଶ୍ରମ ପରେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର ମିଳିନି ପତ୍ତା । ଦୀର୍ଘ ୧ ଘଣ୍ଟା ଧରି ଖୋଜିବା ପରେ ଅନ୍ୟ ଜଣେ ପର୍ଯ୍ୟଟକଙ୍କ ପତ୍ତା ମିଳିନାହିଁ । ବର୍ତ୍ତମାନ ସୁଦ୍ଧା କାହାର ପରିଚୟ ମିଳିନାହିଁ ।