ମାଲକାନଗିରି ଖଇରପୁଟରେ ଅଘଟଣ : ନଦୀ ପାର ହେବା ବେଳେ ଭାସିଗଲେ ଦୁଇ ଜଣ

Published By : Prameya-News7 Bureau | July 01, 2025 IST

NEWS UPDATE

ମାଲକାନଗିରି ୧।୭: ମାଲକାନଗିରି ଜିଲ୍ଲା ଖଇରପୁଟରେ ଅଘଟଣ । ନଦୀ ପାରି ହେବା ସମୟରେ ପାଣିରେ ଭାସିଗଲେ ଦୁଇ ଜଣ ।ଅଗ୍ନିଶମ ବାହିନୀ ଦ୍ବାରା ଦୁଇ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ମୃତକ ନାଲିଗୁଡା ଗ୍ରାମର ଲବ ଦୋରା ଏବଂ ଶୁକ୍ରି ଫଟକା । 

ସୂଚନା ଅନୁସାରେ ଦୁହେଁ ନିଜ ନିଜର ଚାଷ ଜମିକୁ ଯାଉଥିବା ବେଳେ ନଦୀରେ ଭାସିଯାଇଥିଲେ । ସ୍ରୋତ ପ୍ରଖର ଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହୋଇନଥିଲା । ପରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । 

You Can Read:

ଗୀତ ଗାଇ ଗାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଅନୁରୋଧ କଲେ ପ୍ରଫୁଲ୍ଲ, ଠିକ୍ ସମୟରେ ଡାକ୍ତର ଆସିଲେ ହେବେ ଉପକୃତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.