ନୂଆପଡ଼ା ୦୬୧୦ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ବଡ଼ ଘୋଷଣା । ପ୍ରଥମେ ଜିଲ୍ଲାକୁ ୧୧୦୧ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିବା ବେଳେ କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା (ଏନ୍‌ଏସ୍‌ସି)। ସେହିଭଳି ଖରିଆର ରୋଡ୍ ଏନ୍ଏସ୍‌କିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀଯାହାପରେ ରାଜ୍ୟରେ ମ୍ୟୁନିସିପାଲିଟି ଓ ଏନ୍‌ଏସ୍‌ସି ସଂଖ୍ୟା ବଢ଼ିଛି

ଗତ ଅଗଷ୍ଟରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଥିଲେ। ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁରକୁ ମାନ୍ୟତା ମିଳିଥିଲା । ସୋମବାର ନୂଆପଡାରୁ ଆଉ ଦୁଇ ନୂଆ ଏନ୍ଏସ୍‌ସି ଏବଂ ଗୋଟିଏ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି।  କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ମିଳିଛି। ସେହିଭଳି ଖରିଆର ରୋଡ୍ ଏନ୍ଏସ୍‌କିକୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି।