ପେଟିଏମରେ ଆଉ ଦୁଇ ଇସ୍ତଫା, ସିବିଓ ପଦରୁ ଇସ୍ତଫା ଦେଲେ ଅଜୟ ସିଂହ ଏବଂ ବିପିନ କୌଲ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଦେଶର ସବୁଠୁ ଚର୍ଚ୍ଚିତ ପେମେଣ୍ଟ ଆପ୍‌ ପେଟିଏମରୁ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କ ଇସ୍ତଫା। ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି, ୟୁପିଆଇ ଏବଂ ୟୁଜର ଗ୍ରୋଥ ଭର୍ଟିକାଲର ମୁଖ୍ୟ ବାଣିଜ୍ୟିକ ଅଫିସର (ସିବିଓ) ଅଜୟ ବିକ୍ରମ ସିଂହ ଏବଂ ଅଫ୍‌ଲାଇନ ପେମେଣ୍ଟ୍ସର ସିବିଓ ବିପିନ କୌଲ ସାମିଲ ଅଛନ୍ତି। ଏସବୁ ପୁର୍ନଗଠନ ପ୍ରକ୍ରିୟା ଅନୁଯାୟୀ କରାଯାଇଛି।

ଗତ ସପ୍ତାହରେ ପେଟିଏମ ମାଲିକାନା ହକ୍‌ ଥିବା ଓ୍ବାନ୯୭ କମ୍ୟୁନିକେସନ ଲିମିଟେଡ ଏହାର ନେତୃତ୍ବକାରୀ ଟିମ୍‌କୁ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା। ଫଳରେ ପେମେଣ୍ଟ ଏବଂ ଆର୍ଥିକ ସେବାରେ ଉନ୍ନତି ଆସିବ। ଆହୁରି ମଧ୍ୟ ଗତ ସପ୍ତାହରେ ସିଓଓ ପଦରୁ ଇସ୍ତଫା ଦେଇଥିଲେ ଭାବେଶ ଗୁପ୍ତା।ତାଙ୍କ ପୂର୍ବରୁ ପେଟିଏମ ମନ ସିଇଓ ବରୁଣ ଶ୍ରୀଧର ମଧ୍ୟ ପଦରୁ ଇସ୍ତଫା ଦେଇଥିଲେ।

ତେବେ ଭାବେଶଙ୍କୁ ଇସ୍ତଫାକୁ ନେଇ କମ୍ପାନି କହିଛି ଯେ, ଭାବେଶ ଗୁପ୍ତା ନିଜର ବ୍ୟକ୍ତିଗତ କାରଣରୁ କ୍ୟାରିୟରୁ ବ୍ରେକ ନେଇଛନ୍ତି। ଆଉ ଏବେ ସେ ପରାମର୍ଶଦାତା ଭାବରେ କାମ କରିବେ। ସୂଚନାଥାଉକି, ପେଟିଏମ ରାକେଶ ସିଂହଙ୍କୁ ପେଟିଏମ ଲିମିଟେଡର ନୂଆ ସିଇଓ ଭାବରେ ନିଯୁକ୍ତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.