LIVE TV

ସିଢୁଆ ନଦୀରେ ଅଘଟଣ, ପାଣିରେ ବୁଡ଼ିଗଲେ ଦୁଇ ନାବାଳକ

NEWS7
kk

କଟକ ୧୨।୧୦ : କଟକ ବୟାଳିଶି ମୌଜା ବସନ୍ତ କୁଣ୍ଡଳ ଗାଁ ନିକଟରେ ଅଘଟଣ ।  ସିଢୁଆ ନଦୀରେ ବୁଡ଼ିଗଲେ ଦୁଇ ନାବାଳକ । ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ରହିଛନ୍ତି । ଯାହାଙ୍କୁ ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ ।

ଖବର ଅନୁଯାୟୀ, ବସନ୍ତ କୁଣ୍ଡଳ ଗାଁ ନିକଟରେ କିଛି ନାବାଳକ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ନଦୀରେ ବୁଡ଼ିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ବୁଡ଼ିଯାଉଥିବା ନାବାଳଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଥିଲେ । ବାକି ଆଉ ଜଣେ ନିଖୋଜ ଅଛନ୍ତି । ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ନିଖୋଜ ନାବାଳକ ହେଲେ ଓମ୍‌ ପ୍ରକାଶ ବାରିକ ବୋଲି ଜଣାପଡିଛି । ସେହିପରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଜରିଆରେ ସର୍ଚ୍ଚ ଅପରେସନ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ ନିଖୋଜ ନାବାଳକଙ୍କ ପତ୍ତା ମିଳିନାହିଁ ।