News7 Logo

ପକେଟ୍‌ରୁ ମିଳିଲା ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
Arrest

ପାରାଦୀପ ୯: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ନରେନ୍ଦ୍ରପୁର ଅଞ୍ଚଳରୁ ଧଳାଜହର ଜବତ । ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ୧ ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି କୁଜଙ୍ଗ ପୋଲିସ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ଜିଲ୍ଲାକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ପୋଲିସ ଏବେ ତତ୍ପର ହୋଇଛି । ଏହି ପରିପ୍ରେକ୍ଷୀରେ କୁଜଙ୍ଗ ଥାନା ନରେନ୍ଦ୍ରପୁର ଅଞ୍ଚଳରୁ ଧଳାଜହର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ନଗଦ ୧୭ ହଜାର ଶହ ଟଙ୍କା, ଦୁଇଟି ମୋବାଇଲ ଜବତ କରାଯାଇଛି ।

ଗିରଫ ଦୁଇ ଜଣ ଯୁବକ ହେଲେ ବିକାଶ ନାୟକ ଓ ପ୍ରକାଶ କୁଅଁର । ସେମାନେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୁଜଙ୍ଗ ପୋଲିସ ଉଭୟଙ୍କୁ ମାଡ଼ି ବସିଥିଲା । ତାଙ୍କ ପକେଟ୍‌ରୁ ୧୬ ଗ୍ରାମ ୫୨ ମିଲିଗ୍ରାମର ବ୍ରାଉନସୁଗାର ଜବତ ହୋଇଛିସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତିର୍ତ୍ତୋଲ ଏସ୍ଡିପିଓ ପ୍ରକାଶ କରିଛନ୍ତି ।